ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ବିଦ୍ୟୁତ ଉପଭୋକ୍ତାଙ୍କୁ ମିଳିବ ସ୍ମାର୍ଟ ମିଟର ସେବା। କୋରାପୁଟର ଜୟପୁରରେ ଟାଟା ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି ସେବା ଆରମ୍ଭ କରାଯାଇଛି।
ଏହି ବିଦ୍ୟୁତ୍ ସେବା ବର୍ତ୍ତମାନ ଉଭୟ ପ୍ରିପେଡ ଏବଂ ପୋଷ୍ଟପେଡରେ ଉପଲବ୍ଧ ରହିଛି। ପ୍ରିପେଡ ସେବା ପାଇବାକୁ ଚାହୁଁଥିବା ଉପଭୋକ୍ତାଙ୍କୁ ନିଜର ମୋବାଇଲ ରିଚାର୍ଜ କରିବା ଭଳି ଏହି ମିଟରକୁ ରିଚାର୍ଜ କରିବାକୁ ପଡ଼ିବ। ରିଚାର୍ଜ ପରିମାଣ ଅନୁସାରେ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସେବା ପ୍ରଦାନ କରାଯିବ।
ଅନ୍ୟପଟେ ପୋଷ୍ଟପେଡ ସେବା ପାଇବାକୁ ଚାହୁଥିବା ଉପଭୋକ୍ତାଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଉପଯୋଗ କରୁଥିବା ବିଦ୍ୟୁତ୍ ଶକ୍ତି ଅନୁସାରେ ମିଟର ରିଚାର୍ଜ କରିବାକୁ ପଡ଼ିବ। ପ୍ରଥମ ପର୍ଯ୍ୟାୟରେ ଗ୍ରାହକ ଏହି ସେବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।
ତେବେ ଉପଭୋକ୍ତାଙ୍କ ପରାମର୍ଶ ଓ ଆବଶ୍ୟକତା ଅନୁସାରେ ଆଗାମୀ ଦିନରେ ଏହି ସେବା ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଲାଗୁ କରିବାକୁ ପଦକ୍ଷେପ ନିଆଯାଉଛି।
Tags: #Electricity #Service #People #Odisha #consumer


















