ଓଡ଼ିଶାଲାଇଭ୍ ବ୍ୟୁରୋ

ଶନିବାରଠାରୁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। କୋଭିଡ ମହାମାରୀ ପରେ ଓଜେଇଇ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ପରୀକ୍ଷା ଦେବେ ୨୮,୬୦୦ ଛାତ୍ରଛାତ୍ରୀ। ଏଥିପାଇଁ ରାଜ୍ୟର ୨୮ଟି ସହରର ୩୮ଟି ପରୀକ୍ଷା କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ସେପ୍ଟେମ୍ବର ୩, ୪ ଓ ୭ ତାରିଖ ତିନି ଦିନ ପରୀକ୍ଷା ଅନୁଷ୍ଠିତ ହେବ। ୪ଟି ସିଫ୍ଟରେ କମ୍ପ୍ୟୁଟର ବେସଡ ଟେଷ୍ଟ(ସିବିଟି) ପଦ୍ଧତିରେ ପରୀକ୍ଷା କରାଯିବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

ରାଜ୍ୟ ବାହାରେ କୋଲକତା, ରାଞ୍ଚି ଏବଂ ପାଟଣାରେ ମଧ୍ୟ ପରୀକ୍ଷା କେନ୍ଦ୍ର କରାଯାଇଛି। ଏମବିଏ, ବି.ଟେକ, ବି.ଫାର୍ମା, ଏମସିଏ, ଏମ.ଟେକ ଏବଂ ଏମ.ଫାର୍ମା ପାଠ୍ୟକ୍ରମରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବେ। କୋଭିଡ ଗାଇଡ ଲାଇନ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହେବ। ମାସ୍କ ପରିଧାନ ସହ ଅନ୍ୟ ନିୟମ ମାନିବାକୁ ପରାମର୍ଶ ରହିଥିବା କହିଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ।

Tags: #Education #Examination #OJEE #SpecialOJEE

LEAVE A REPLY

Please enter your comment!
Please enter your name here