ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି। ଏହିପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ମାସିଗାଁ ପଞ୍ଚାୟତର ଡେଙ୍ଗାକୁସୁମଗୁଡ଼ା ଗାଁରେ। ମୃତ ମହିଳା ହେଲେ ସୁବର୍ଣ୍ଣ ବଡ଼ନାୟକ।
ଡେଙ୍ଗାକୁସମଗୁଡ଼ାର ବୁଦୁ ବଡ଼ନାୟକ ଏବଂ ତାଙ୍କ ସ୍ତ୍ରୀ ସୁବର୍ଣ୍ଣ ବଡ଼ନାୟକଙ୍କ ମଧ୍ୟରେ ବୁଧବାର ରାତିରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏହି ଝଗଡ଼ା କ୍ରମଶଃ ବଢ଼ିଥିଲା ଏବଂ ଏଥିରେ ଉତକ୍ଷୀପ୍ତ ହୋଇ ବୁଦୁ ତାଙ୍କ ସ୍ତ୍ରୀ ସୁବର୍ଣ୍ଣଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ସ୍ୱାମୀର ଟାଙ୍ଗିଆ ଚୋଟରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ସୁବର୍ଣ୍ଣ।
ଖବର ପାଇ ଗୁରୁବାର ଦିନ ପୋଲିସ୍ ଡେଙ୍ଗାକୁସୁମଗୁଡ଼ା ଗାଁରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଅଭିଯୁକ୍ତ ବୁଦୁକୁ ଗିରଫ କରିଛି।
Tags: #Death #Attack #Wife #Husband #Koraput

















