ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ବନ୍ଦ କୋଠରି ଭିତରୁ ୮ ଦିନ ପରେ ଜଣେ ୮୦ ବର୍ଷର ବୃଦ୍ଧାଙ୍କୁ ଉଦ୍ଧାର କରିଛି ଜୟପୁର ଟାଉନ ଥାନା ପୋଲିସ୍। ଉଦ୍ଧାର ହୋଇଥିବା ବୃଦ୍ଧାଙ୍କ ନାଁ ପାର୍ବତୀ ନାୟକ।

କୋରାପୁଟ ଜିଲ୍ଲା ଜୟପୁର ଢେପାଗୁଡ଼ାଠାରେ ଏକ ବନ୍ଦ କୋଠରି ମଧ୍ୟରୁ କାହାର ଅକୁଳ ଚିତ୍କାର ଶୁଣିବାକୁ ପାଇଥିଲେ ସ୍ଥାନୀୟ ଅଞ୍ଚଳର ଲୋକେ। ଏ ସମ୍ପର୍କରେ ସେମାନେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସୂଚନା ଦେଇଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜୟପୁର ଟାଉନ ଥାନା ପୋଲିସ ଢେପଗୁଡ଼ା ଯାଇ ବନ୍ଦ କୋଠରି ଭିତରୁ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ପରେ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦ୍ରୌପଦୀ ନାୟକ ନାମକ ଜଣେ ନାବାଳିକା ବୃଦ୍ଧାଙ୍କୁ ପ୍ରାୟ ୮ ଦିନ ହେବ ଢେପଗୁଡ଼ାଠାରେ ଏକ କୋଠରି ଭିତିରେ ବନ୍ଦ କରି ରଖିଥିଲା। ବୃଦ୍ଧାଙ୍କ ପାଟିଶୁଣି ଯିଏ କବାଟ ଖୋଲିବାକୁ ଚେଷ୍ଟା କରୁଥିଲା ସେମାନଙ୍କୁ ଦ୍ରୌପଦୀ ଟେକା ମାରି ଘଉଡ଼ାଇ ଦେଉଥିଲା। ନାବାଳିକା ଜଣକର ମାନସିକ ସ୍ଥିତି ଠିକ୍ ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ସୂଚନା ଦେଇଛନ୍ତି।

Tags: #OldWomen #Rescue #Joypure #Koraput #Police

LEAVE A REPLY

Please enter your comment!
Please enter your name here