ଓଡ଼ିଶାଲାଇଭ୍ ବ୍ୟୁରୋ

କଟକର ଐତିହାସିକ ବାଲିଯାତ୍ରା ଆସନ୍ତାକାଲି ଶେଷ ହେବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ ଆଉ ଗୋଟିଏ ଦିନ ବଢାଇ ଦିଆଯାଇଛି। ଗୋଟିଏ ଦିନ ବୃଦ୍ଧି ନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏବେ ବୁଧବାର ପରିବର୍ତ୍ତେ ଗୁରୁବାର ନଭେମ୍ବର ୧୭ ତାରିଖରେ ବାଲିଯାତ୍ରା ଶେଷ ହେବ।
ଦୁଇବର୍ଷର ଅପେକ୍ଷା ପରେ ଆୟୋଜିତ ହେଉଥିବା ଏ ବର୍ଷର ବାଲିଯାତ୍ରାରେ ଖଚାଖଚ୍ ଭିଡ଼ ହେଉଛି। ଲେଜର ସୋ ପାଲଟିଛି ବିଶେଷ ଆକର୍ଷଣ। ପ୍ରତିଦିନ ଜମୁଛି ବିକ୍ରିବଟା ଓ ଖାଦ୍ୟପେୟର ଆସର।
ବାଲିଯାତ୍ରାର ଅବଧିକୁ ବୃଦ୍ଧି କରିବାକୁ କଟକ ମହାନଗର ନିଗମର ସ୍ବତନ୍ତ୍ର ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଏନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲା କଟକ ମହାନଗର ନିଗମ।
ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବଢ଼ିବା ପରେ ଲୋକମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।
Tags: #HisoricalCuttackBaliyatra #Mahanadi #Cuttack #Odishahttps://youtu.be/S8p8WrS0VFo

















