ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଡୋନେସିଆର ବାଲି ସହରରେ ଚାଲିଥିବା ଜି-୨୦ ସମିଟରେ ଯୋଗଦେବାକୁ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକ ବାଲିଯାତ୍ରା କଥା ଉଲ୍ଲେଖ କରିଛନ୍ତି। ବାଲିରେ ଭାରତୀୟ କମ୍ୟୁନିଟିକୁ ସମ୍ବୋଧନ କରିବାବେଳେ ନରେନ୍ଦ୍ର ମୋଦୀ ଏକଥା କହିଛନ୍ତି।
ସେ କହିଛନ୍ତି,” ଆମେ ଆଜି ବାଲିରେ ଥିବାବେଳେ ଏଠାରୁ ୧୫୦୦ କିଲୋମିଟର ଦୂରରେ ଭାରତର କଟକ ସହରରେ ଐତିହାସିକ ବାଲିଯାତ୍ରା ମହୋତ୍ସବ ଚାଲିଛି। ଭାରତ – ଇଣ୍ଡୋନେସିଆ ମଧ୍ୟରେ ହଜାରେ ବର୍ଷରୁ ଅଧିକ ବାଣିଜ୍ୟିକ ସମ୍ପର୍କ ସ୍ମୁତିରେ ଏହି ବାଲିଯାତ୍ରା ଅନୁଷ୍ଠିତ ହେଉଛି।“
Bali Jatra is a celebration of the glorious maritime past of Odisha and ancient India’s trade ties with the outside world.
Gratitude to PM @narendramodi ji for reiterating Odisha’s timeless traditions and cultural connect with Indonesia from the prestigious stage of @g20org. pic.twitter.com/lAtLSH0OEw
— Dharmendra Pradhan (@dpradhanbjp) November 15, 2022
କୋରନା କଟକଣା କାରଣରୁ ଦୁଇବର୍ଷର ଅପେକ୍ଷା ପରେ ଏ ବର୍ଷର ବାଲିଯାତ୍ରା ଅତ୍ୟନ୍ତ ଜାକଜମକରେ ଆୟୋଜିତ ହେଉଛି। ଏଠାରେ ଲକ୍ଷାଧିକ ଲୋକଙ୍କ ସମାଗମରେ ହେଉଛି। ଇଣ୍ଡୋନେସିଆର ଲୋକେ ଇଣ୍ଟରନେଟରେ ବାଲିଯାତ୍ରାର ଫଟୋ ଦେଖିଲେ ଆନନ୍ଦିତ ହେବେ। ଏହାଛଡା ଏ ବର୍ଷ ବାଲିଯାତ୍ରାରେ ହେଉଥିବା କାଗଜ ଡଙ୍ଗା ପ୍ରତିଯୋଗିତା ସମ୍ବନ୍ଧରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।
Tags: #CuttackBalijatra #Primeminister #NarendraModi #G-20Summit #Indonesia #Bali