ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଆରମ୍ଭ ହେଉଛି ଭାରତ ନ୍ୟୁଜିଲାଣ୍ଡ କ୍ରିକେଟ୍ ସିରିଜ। ନ୍ୟୁଜିଲାଣ୍ଡରେ ହେବାକୁ ଥିବା ଏହି ଆନ୍ତର୍ଜାତିକ ସିରିଜରେ ଦୁଇ ଦେଶ ଉଭୟ ଟି-ଟ୍ୱେଣ୍ଟି ଏବଂ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ ଖେଳିବେ। ଟି-ଟ୍ୱେଣ୍ଟି ସିରିଜ ପାଇଁ  ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦିନିକିଆରେ ଶିଖର ଧଓ୍ୱନ୍ ଭାରତୀୟ ଦଳର ନେବେ।

ଆଜି ୱେଲିଂଟନରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା ହେବ। ପରବର୍ତ୍ତୀ ଦୁଇଟି ଟ୍ୱେଣ୍ଟି-୨୦ ତରଙ୍ଗା ଓ ନାପିଅରରେ ଖେଳାଯିବ। ଏହାପରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳାଯିବ। ନଭେମ୍ବର ୩୦ ତାରିଖରେ ଏହି ଆନ୍ତର୍ଜାତିକ ସିରିଜ ଶେଷ ହେବ।

ଏହି ସିରିଜ ପାଇଁ  ଭାରତୀୟ ଦଳରେ  ରୋହିତ ଶର୍ମା, ବିରାଟ କୋହଲି, ମହମ୍ମଦ ସାମିଙ୍କ ଭଳି ଷ୍ଟାର ଖେଳାଳି ଅନୁପସ୍ଥିତ ରହିବେ।  ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ଏମାନଙ୍କୁ ବିଶ୍ରାମ ଦିଆଯାଇଛି।

ତେବେ  ଭାରତୀୟ ଦଳରେ ଶୁଭମନ ଗିଲ, ଶ୍ରେୟସ ଆୟର, ସଞ୍ଜୁ ସାମସନ, ଉମ୍ରାନ ମଲ୍ଲିକ ଓ ମହମ୍ମଦ ସିରାଜ ଓ କୁଲଦୀପ ଯାଦବଙ୍କୁ ସ୍ଥାନ ମିଳିଛି । ଟି-ଟ୍ୱେଣ୍ଟି ବିଶ୍ୱକପର ସେମିଫାଇନାଲରେ ଉଭୟ ଦଳ ହାରିବା ପରେ ପରସ୍ପରକୁ ଭେଟୁଛନ୍ତି।

ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ଉଭୟ ଟ୍ୱେଣ୍ଟି-୨୦ ଏବଂ ଦିନିକିଆ ଦଳ ପାଇଁ କେନ୍ ଓ୍ୱିଲିୟମସନଙ୍କୁ  ଅଧିନାୟକ ଘୋଷଣା କରଯାଇଛି । ତେବେ କିୱି ଦଳରୁ ଦ୍ରୁତ ବୋଲର ଟ୍ରେଣ୍ଟ୍ ବୋଲ୍ଟ ଏବଂ ଓପନିଂ ବ୍ୟାଟର ମାର୍ଟିନ୍ ଗପ୍ଟିଲ ବାଦ ପଡିଛନ୍ତି ।

Tags: #IndiaNewzealandseries #Cricket #t-20 #BCCI #Hardikpandya #kaneWilliamson

LEAVE A REPLY

Please enter your comment!
Please enter your name here