ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରାରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସେ କହିଛନ୍ତି ଯେ, ଏହା ଦ୍ୱାରା ଜଗନ୍ନାଥଙ୍କ ସଂସ୍କୃତି, ଐତିହ୍ୟ ରାଜ୍ୟର ସଂସ୍କୃତି ବିଶ୍ୱସ୍ତରରେ ପହଞ୍ଚିପାରିବ ଏହା ସହ ଓଡ଼ିଶାକୁ ଆସିବ ବନ୍ଦେ ଭାରତ ଏକ୍ସପ୍ରେସ୍ ବୋଲି ଅଶ୍ୱିନୀ ବୈଷ୍ଣବ ଆଉ ଏକ ବଡ଼ ଘୋଷଣା କରିଛନ୍ତି ଏବେ ମାସକୁ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ନିର୍ମାଣ କରାଯାଉଛି ଜାନୁଆରୀ ଫେବ୍ରୁଆରୀ ସୁଦ୍ଧା ୪ରୁ ୫ଟି ଟ୍ରେନ୍ ନିର୍ମାଣ କରାଯିବ ବୋଲି ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ମେଟ୍ରୋ ଟ୍ରେନ୍ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଲେ ନିଶ୍ଚିତ ସହଯୋଗ କରାଯିବ ଓଡ଼ିଶାରେ ମଧ୍ୟ ମେଟ୍ରୋ ଟ୍ରେନ୍ ଚାଲି ପାରିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ସହ ରେଳ ମନ୍ତ୍ରୀ ଆଉ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ମିଳିବ ଫାଇଭ୍ଜି ମାସ ଭିତରେ ରାଜ୍ୟବାସୀ ଫାଇଭ୍ଜି ସେବା ପାଇପାରିବେ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଆଲୁମିନିୟମରେ ବିଶ୍ୱର ରାଜଧାନୀ ହୋଇପାରିବ ଓଡ଼ିଶା ଏହା ସହ ଷ୍ଟିଲରେ ମଧ୍ୟ ଦେଶର ରାଜଧାନୀ ଓଡ଼ିଶା ହୋଇପାରିବ ସାରା ଦେଶରେ ଶକ୍ତିର ଚାହିଦା ରହିଛି ଆଗକୁ ମଧ୍ୟ ଆହୁରି ଚାହିଦା ବଢିବ ଆମେ ଯଦି ସଠିକ୍ ଯୋଜନାରେ କାମ କରିବା ତେବେ ଶକ୍ତି ଉତ୍ପାଦନ କରି ଆମେ ସାରା ଦେଶକୁ ଯୋଗାଇପାରିବା। ଏହା ସହ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫାକ୍ଚରିଂର କ୍ୟାପିଟାଲ ମଧ୍ୟ ଓଡ଼ିଶା ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି

Tags: #AswiniBaishnav #CentralRailwayMinister #RathYatra #JagannathExpress #Puri #Odisha

LEAVE A REPLY

Please enter your comment!
Please enter your name here