ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଶୀତର ପ୍ରଭାବ ବଢିବାରେ ଲାଗିଛି।  ବାୟୁମଣ୍ଡଳରେ ଜଳୀୟବାଷ୍ପ ହ୍ରାସ ପାଇବା ଫଳରେ କମିଛି ତାପମାତ୍ରା। ସାରା ରାଜ୍ୟରେ ସ୍ଵଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ । ମେଘମୁକ୍ତ ଆକାଶ ଏବଂ ଥଣ୍ଡା ପବନ ପ୍ରବାହ ଯୋଗୁଁ ଶୀତ ବଢିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି।

ଶୀତଲହରି ପାଇଁ କୋରାପୁଟ, କନ୍ଧମାଳ ଓ ସୁନ୍ଦରଗଡ ଆଦି ଜିଲ୍ଲା ଅଧିକ ପ୍ରଭାବିତ ହେବେ। ବିଶେଷ କରି ପାହାଡିଆ ଅଞ୍ଚଳରେ ଅଧିକ ଶୀତ ସହିତ ଘନ କୁହୁଡ଼ି ପଡ଼ିବାର ପୂର୍ବାନୁମାନ କରାଯାଇଛି।

ଶନିବାର ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ୧୦ ଡିଗ୍ରୀ ପାଖାପାଖି ପହଞ୍ଚିଛି। ସୁନ୍ଦରଗଡ଼ ଜିଲ୍ଲାର କିରେଇରେ  ୯.୫ ଡିଗ୍ରୀ ସହ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହୋଇଛି। ସେହିପରି ଜି. ଉଦୟଗିରିରେ ୧୦ ଡିଗ୍ରୀ, ଦାରିଙ୍ଗବାଡ଼ି ଓ ଫୁଲବାଣୀରେ  ୧୦.୫ ଡିଗ୍ରୀ, ଚିପିଲିମାରେ ୧୦.୮ ଡିଗ୍ରୀ ଓ ସିମିଳିଗୁଡ଼ାରେ ୧୦.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରିଯାଇଛି।

ସେହିପରି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୧୪.୫ ଡିଗ୍ରୀ ରହିଥିବା ବେଳେ କଟକରେ ତାପମାତ୍ରା ୧୫ ଡିଗ୍ରୀ ରହିଛି।

Tags: #WeatherUpdate #Winter #Odisha #MetrologicalCenter #NightTemperature

LEAVE A REPLY

Please enter your comment!
Please enter your name here