ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଶୀତର ପ୍ରଭାବ ବହୁଳ ଭାବେ ବୃଦ୍ଧି ପାଇଛି। ସାରା ରାଜ୍ୟରେ ଜାରି ରହିଛି ଶୀତଲହରୀ। ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ହ୍ରାସ ଓ ମେଘମୁକ୍ତ ଆକାଶ ଫଳରେ ଥଣ୍ଡା ପବନ ବହୁଛି। ଗତ ୨୪ଘଣ୍ଟାରେ କୋରାପୁଟର ସେମିଳିଗୁଡ଼ାରେ ସର୍ବନିମ୍ନ ୫.୬ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି । ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଉଛି, ଫଳରେ ଯାତାୟତ ପ୍ରଭାବିତ ହେଉଛି। ଅନୁଗୁଳ, ଫୁଲବାଣୀ ଓ ଭବାନୀପାଟଣାକୁ ଘନ କୁହୁଡ଼ି ପାଇଁ ସତର୍କତା ଜାରି କରାଯାଇଛି। ଆସନ୍ତା ୫ଦିନ ଯାଏଁ ରାଜ୍ୟରେ ସମାନ ପାଗ ଜାରି ରହିବ। ସ୍ଵଭାବିକ ଠାରୁ ୩ରୁ ୫ଡିଗ୍ରୀ ଯାଏଁ ପାରଦ କମିବ ବୋଲି ଆଞ୍ଚଳିକ ପାଣିପାଗକେନ୍ଦ୍ର ସୂଚନା ଦେଇଛି।

ସୋମବାର ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ୧୦ ଡିଗ୍ରୀ ତଳେ ପହଞ୍ଚିଛି। ଏହିକ୍ରମରେ ଜି.ଉଦୟଗିରିରେ ୮ ଡିଗ୍ରୀ, ଫୁଲବାଣୀରେ ୮.୫ ଡିଗ୍ରୀ, ଦାରିଙ୍ଗବାଡ଼ି, କେନ୍ଦୁଝର ,କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ କରିଯାଇଥିବା ବେଳେ ଭବାନୀପାଟଣାରେ ୧୦ ଡିଗ୍ରୀ ତାପମାତ୍ରା ରହିଛି।

Tags: #WeatherUpdate #Winter #Odisha #MetrologicalCenter #NightTemperature

Comment