ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ମାସେ ବଢ଼ିଲା ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଅବଧି। ଏ ସମ୍ବନ୍ଧରେ ରାଜ୍ୟ ସରକାର ହାଇକୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି। ଶେଷ ନମ୍ବର ୧, ୨, ୩,୪ ଥିବା ଗାଡ଼ି ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ଆଜି ଶେଷ ତାରିଖ ଥିଲା। ଏହି ସମୟସୀମାକୁ ଏବେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

ରାଜ୍ୟ ସରକାର ସତ୍ୟପାଠ ଦାଖଲ କରି ହାଇକୋର୍ଟଙ୍କୁ ଜଣାଇଛନ୍ତି, ଏବେ ବୁକିଂ ପାଇଁ ପ୍ରତିଦିନ ୫୭ ହଜାର ସ୍ଲଟ ଉପଲବ୍ଧ ହେଉଛି। ଯଦି ଜଣେ ବୁକିଂ କରିଥିବେ କିନ୍ତୁ ନୂଆ ନମ୍ବର ପ୍ଲେଟ ଲାଗିନଥିଲେ ଜରିମାନା ଆଦାୟ ହେବ ନାହିଁ। ଏବେ ଆହୁରି ଅନେକ ଗାଡ଼ି ମଲିକ ନିଜ ଗାଡ଼ିରେ ନୂଆ ନମ୍ବର ପ୍ଲେଟ ଲଗାଇବାକୁ ଅପେକ୍ଷ କରିଛନ୍ତି।

ପୂର୍ବରୁ ସରକାର ଦୁଇ ଥର ନମ୍ବର ପ୍ଲେଟ ଲଗାଇବା ଅବଧି ବୃଦ୍ଧି କରିଥିଲେ। ଗତ ସେପ୍ଟେମ୍ବର ମାସରେ ଶେଷ ଥର ପାଇଁ ଏହି ଅବଧି ବୃଦ୍ଧି ହୋଇଥିଲା।

Tags: #Highsecuritynumberplate #Deadline #Vehicle #Odisha

LEAVE A REPLY

Please enter your comment!
Please enter your name here