ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରୁଛି ସମ୍ବଲପୁର ଓକିଲ ସଙ୍ଘ। ବୁଧବାର ଓକିଲ ଆନ୍ଦୋଳନ ଚାଲିଥିବାବେଳେ ପୋଲିସ ଏବଂ ଆଇନଜୀବୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ସମ୍ବଲପୁର କଚେରି ଛକରେ ବିଚାରପତିଙ୍କୁ ଆନ୍ଦୋଳନକାରୀ ଓକିଲମାନେ କୋର୍ଟ ଯିବାକୁ ଦେଉନଥିବାବେଳେ ଓକିଲ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି।

ଆନ୍ଦୋଳନକାରୀ ଓକିଲମାନେ ଆନ୍ଦୋଳନ ତ୍ୟାଗ ନ କରନ୍ତି ତେବେ ସେମାନଙ୍କ ଲାଇସେନ୍ସ ବାତିଲ କରାଯିବ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ଚେତାବନୀ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏଭଳି ଚେତାବନୀକୁ ଖାତିର ନ କରି ଆଇନଜୀବୀମାନେ ଆନ୍ଦୋଳନ ଜାରି ରଖିଥିଲେ। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଆଇନଜୀବୀଙ୍କ ଉପରେ କଠୋର ହୋଇ ଆନ୍ଦୋଳନକାରୀ ସେମାନଙ୍କ ଲାଇସେନ୍ସ ବାତିଲ କରିବାକୁ ବାର କାଉନସିଲ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯଦି ଆନ୍ଦୋଳନକାରି ଆଇନଜୀବୀ ଯଦି କୌଣସି ପ୍ରକାର ଅସୁବିଧା କରନ୍ତି ଏବଂ କାର୍ଯ୍ୟକୁ ନ ଫେରନ୍ତି ପୋଲିସ ସେମାନଙ୍କୁ ଗିରଫ କରିପାରିବ। ପୋଲିସ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନି ଆଇନଜୀବୀଙ୍କୁ ସାମ୍ନା କରିଛି। ତେବେ ଆନ୍ଦୋଳନରତ ଓକିଲ କହିଛନ୍ତି ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବେ।

Tags: #LawyersStrike #Sambalpur #Highcourtpermanentbench #WesternOdisha

LEAVE A REPLY

Please enter your comment!
Please enter your name here