ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଛି। ନ୍ୟୁଜିଲାଣ୍ଡ ଏହି ସିରିଜକୁ ୧-୦ରେ ଅଗ୍ରଣୀ ରହି ଜିତି ନେଇଛି। ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିଲା। ଶେଷ ୨ଟି ମ୍ୟାଚ୍ ବର୍ଷା କାରଣରୁ ବାତିଲ ହୋଇଯାଇଛି। ଏହି ଦିନିକିଆ ସିରିଜକୁ ବରାବର କରିବା ପାଇଁ ଆଜି ଭାରତର ବିଜୟ ଜରୁରୀ ଥିଲା।

ଆଜି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଶିଖର ଧୱନଙ୍କ ନେତୃତ୍ଵରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ବ୍ୟାଟ୍ସମ୍ୟାନମାନେ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ଭାରତୀୟ ଦଳ ୪୭ ଓଭର ୩ଟି ବଲ ଖେଳି ୨୧୯ ରନରେ ଅଲଆଉଟ ହୋଇଯାଇଥିଲା ।

ଭାରତ ପକ୍ଷରୁ ୱାସିଂଟନ ସୁନ୍ଦର ୫୧ ଓ ଶ୍ରେୟାସ ଆୟର ୪୯ ରନ କରିଥିବାବେଳେ ଆଉ କେହି ବଡ ସ୍କୋର କରିପାରିନଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଆଡମ ମିଲନେ ଓ ଡାରିଲ ମିଚେଲ୍ ୩ଟି ଲେଖାଏଁ ୱିକେଟ ନେଇଥିଲେ।

ଦ୍ୱିତୀୟ ଇଂନିସରେ ୨୨୦ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଦଳ ଆରମ୍ଭରୁ ଦଳ ଭଲ ପ୍ରଦର୍ଶନ ଜାରି ରଖିଥିଲା। ଦଳ ୧୮ ଓଭରରେ ୧ ୱିକେଟ ହରାଇ ୧୦୪ ରନ କରିଥିଲା। ବିଜୟ ଲକ୍ଷ୍ୟ ଅଳ୍ପ ଥିବାବେଳେ ବର୍ଷା ଯୋଗୁଁ ଖେଳ ବାତିଲ ହୋଇଯାଇଥିଲା।

Tags: #IndiaNewzealandseries #Cricket #Rain #ODI #BCCI

LEAVE A REPLY

Please enter your comment!
Please enter your name here