ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ରାଜ୍ୟରେ ଏବେ ଶୀତଲହରୀ ଜାରି ରହିଛି। ଗତ କିଛି ଦିନ ହେବ ଆଭ୍ୟନ୍ତରୀଣ ଓଡ଼ିଶାରେ ଏମିତି ଥଣ୍ଡା ପଡୁଛି ଯେ ସକାଳେ ଓ ସନ୍ଧ୍ୟାରେ ଘରୁ ବାହାରିବା କଷ୍ଟକର ହୋଇଯାଉଛି। ଆସନ୍ତା ୩ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ମାଣ୍ଡୋସ’ ପ୍ରଭାବରେ ରାତ୍ରି ତାପମାତ୍ରା ସ୍ଵଭାବିକ ଠାରୁ ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହା ପୂର୍ବାନୁମାନ କରିଛି।

ବାତ୍ୟା ଯୋଗୁଁ ରାଜ୍ୟରେ ସାମୁଦ୍ରିକ ବାୟୁ ପ୍ରବାହ ବୃଦ୍ଧି ହେବା ଫଳରେ ତାପମାତ୍ରା ବଢିବ। ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦେଖାଯାଉଛି। କନ୍ଧମାଳ, କୋରାପୁଟ ଭଳି ଆଭ୍ୟନ୍ତରୀଣ ଜିଲ୍ଲାରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି।  ଛୋଟ ପିଲାଠାରୁ ବୟସ୍କ ଲୋକେ ଶୀତରୁ ରକ୍ଷା ପାଇବା ଲାଗି ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି। ଶୀତ ବଢିବା ଯୋଗୁଁ କୋରାପୁଟ, ବଲାଙ୍ଗୀର ଆଦି ଜିଲ୍ଲାର ପର୍ଯ୍ୟଟନ ସ୍ଥଳରେ ଲୋକଙ୍କ ଭିଡ଼ ଲାଗୁଛି।

Tags: #WeatherUpdate #Odisha #MetrologicalCenter #NightTemperature

LEAVE A REPLY

Please enter your comment!
Please enter your name here