ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଲା ପଦ୍ମପୁର ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହାଙ୍କୁ ରେକର୍ଡ ନମ୍ବର ମିଳିଛି। ବିଜେଡି ଶିବିରରେ ଆରମ୍ଭ ହୋଇଛି ସେଲିବ୍ରେସନ।

ଡିସେମ୍ବର ୫ ତାରିଖରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ ସରିଥିବାବେଳେ ଗୁରୁବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ପ୍ରଥମରୁ ହିଁ ଆଗରେ ରହିଥିବା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଶେଷ ଯାଏଁ ନିଜର ସ୍ଥିତି ବଜାୟ ରଖିଛନ୍ତି। ସମସ୍ତ ରାଉଣ୍ଡରେ ଗଣତି ସରିଥିବାବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ମିଳିଛି ୧୧୯,୫୧୨ ଖଣ୍ଡ ଭୋଟ। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୭୭,୪୪୭ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ମାତ୍ର ୩,୫୪୮ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ଏହା ପୂର୍ବରୁ ୨୦ ରାଉଣ୍ଡରେ ବିଜେଡିକୁ ୧୦୪,୧୮୩, ବିଜେପିକୁ ୬,୮୮୮୭ ଓ କଂଗ୍ରେସକୁ ୩୭୧୦ ଖଣ୍ଡ ଭୋଟ ମିଳିଥିଲା ୧୯ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ୯୮,୯୧୭ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୬୫,୩୨୧ ଖଣ୍ଡ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୩,୦୫୯ ଖଣ୍ଡ ଭୋଟ ମିଳିଥିଲା।

Tags: #Politics #OdishaPolitics #PadampurPolitics #PadampurByElection #BJP #BJD #Congress #Result #VoteCounting #Celebration

Comment