ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ହଷ୍ଟେଲ ଛାତ୍ରୀଙ୍କୁ ପିଆରଏମ୍ ହସ୍ପିଟାଲରେ ଅସଦାଚରଣ ମାମଲାରେ ଡାକ୍ତର ଗିରଫ। ଏନେଇ ବାରିପଦା ଏସଡିପିଓ ସୂଚନା ଦେଇଛନ୍ତି। ସ୍ଥାନୀୟ ପିଆରଏମ୍ ମେଡିକାଲ କଲେଜ ହସ୍ପିଟାଲର ଶିଶୁ ବିଭାଗରେ କାର୍ଯ୍ୟରତ ଡାକ୍ତର ଜଣେ ନାବାଳିକା ହଷ୍ଟେଲ ଛାତ୍ରୀକୁ ଚିକିତ୍ସା ସମୟରେ ଅସଦାଚରଣ କରିବା ଅଭିଯୋଗକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ମାମଲାରେ ସମ୍ପୃକ୍ତ ଡାକ୍ତରଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ନାବାଳିକା ତାଙ୍କ ପରିବାରକୁ ଥାନାକୁ ଡାକି ବୟାନ ରେକର୍ଡ କରିବା ସହ ଏସସିଏସଟି ଆକ୍ଟରେ ମାମଲା ରୁଜୁ କରିଥିଲା ପୋଲିସ। ଅଧିକ ତଦନ୍ତ ପରେ ମଙ୍ଗଳବାର ସପୃକ୍ତ ଡାରକ୍ତଙ୍କୁ ପୋଲିସ ଗିରଫ କରିଛି।

ଆଦିବାସୀ ହଷ୍ଟେଲର ଜନୈକା ନାବାଳିକା ଛାତ୍ରୀଙ୍କ ପେଟ ଯନ୍ତ୍ରଣା ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଶିଶୁ ବିଭାଗରେ କାର୍ଯ୍ୟରତ ଥିବା ଡାକ୍ତର ସୌରଭ ଉପାଧ୍ୟାୟ ଉକ୍ତ ନାବାଳିକା ଛାତ୍ରୀକୁ ସ୍ଵାସ୍ଥ୍ୟ ଯାଞ୍ଚ ଆଳରେ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣକ ବାହାରକୁ ଆସି ଅଭିଯୋଗ କରିଥିଲେ।

ଏହାକୁ ନେଇ ଛାତ୍ରୀର ପରିବାର ଲୋକ ହଷ୍ଟେଲ କର୍ତ୍ତୃପକ୍ଷ ଡାକ୍ତରଙ୍କୁ ତାଙ୍କ ଚାମ୍ବରରେ ଅଟକ ରଖିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଡାକ୍ତର ଜଣକ ମଦ୍ୟପାନ କରି ହସ୍ପିଟାଲ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଛାତ୍ରୀକୁ ଅସଦାଚରଣ କରିଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକ। ଉତ୍ତେଜନା ପ୍ରକାଶ ପାଇବା ପରେ ଡାକ୍ତରଖାନାରେ ଟାଉନ ଥାନା ପୋଲିସ ପହଞ୍ଚି ବୁଝାସୁଝା କରିଥିଲା।

ଅନ୍ୟପଟେ କାର୍ଯ୍ୟରତ ଡାକ୍ତର ସୌରଭ ଉପାଧ୍ୟାୟ ଘଟଣାକୁ ଖଣ୍ଡନ କରିଥିଲେ। ସେ ନାବାଳିକା ପ୍ରତି କୌଣସି ପ୍ରକାର ଅସଦାଚରଣ କରି ନାହାନ୍ତି, କେବଳ ଚିକିତ୍ସା ପାଇଁ ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିଲେ ବୋଲି କହିଥିଲେ।

Tag: #Baripada #Mayurbhanj #PRMHospital #MinorMisbehave #DoctorArrest #SCSTAct #Odisha

LEAVE A REPLY

Please enter your comment!
Please enter your name here