ଓଡ଼ିଶାଲାଇଭ୍ ବ୍ୟୁରୋ
![]()
ଚଳଚ୍ଚିତ୍ର ‘ଅବତାର ୨’ ଦେଖିବା ବେଳେ ହୃଦ୍ଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଆନ୍ଧ୍ରପ୍ରଦେଶର କାକିନଡ଼ା ଜିଲ୍ଲା ଅନ୍ତର୍ଗତ ପେଡ୍ଡାପୁରମ୍ ସହରରେ ଘଟିଛି ଏଭଳି ଘଟଣା।
ମୃତ ବ୍ୟକ୍ତିଜଣକ ହେଲେ ଲକ୍ଷ୍ମୀରେଡ୍ଡୀ ସ୍ରିନୁ। ଭାଇ ରାଜୁଙ୍କ ସାଥିରେ ସେ ‘ଅବତାର ୨’ ଚଳଚ୍ଚିତ୍ର ଦେଖିବା ପାଇଁ ସିନେମା ହଲ୍ ଯାଇଥିଲେ। ଚଳଚ୍ଚିତ୍ର ଦେଖିବା ବେଳେ ସ୍ରିନୁ ଟଳି ପଡ଼ିଥିଲେ। ସାନଭାଇ ରାଜୁ ତୁରନ୍ତ ତାଙ୍କୁ ପେଡ୍ଡାପୁରମ୍ ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ। କିନ୍ତୁ ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତର ଘୋଷଣା କରିଥିଲେ। ଲକ୍ଷ୍ମୀରେଡ୍ଡୀ ସ୍ରିନୁଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି।
୨୦୧୦ରେ ମୁକ୍ତିଲାଭ କରିଥିବା ‘ଅବତାର’ ଚଳଚ୍ଚିତ୍ରର ପ୍ରଥମ ଭାଗ ଦେଖୁଥିବା ବେଳେ ତାଇୱାନ୍ର ଜଣେ ୪୨ ବର୍ଷିୟ ବ୍ୟକ୍ତିଙ୍କର ମଧ୍ୟ ହୃଦ୍ଘାତ ଯୋଗୁଁ ମୃତ୍ୟୁ ଘଟିଥିଲା। ଅବଶ୍ୟ ସେ ବ୍ୟକ୍ତିଜଣକ ଉଚ୍ଚ ରକ୍ତଚାପ ରୋଗରେ ଆକ୍ରନ୍ତ ଥିଲେ। ତାଙ୍କୁ ଚିକିତ୍ସା କରିଥିବା ଡାକ୍ତରମାନେ କହିଥିଲେ ଯେ, ଚଳଚ୍ଚିତ୍ର ଦେଖିବାଦ୍ଵାରା ମନରେ ସୃଷ୍ଟି ହେଉଥିବା ଅତିରିକ୍ତ ଉତ୍କଣ୍ଠା ଏଭଳି ପରିସ୍ଥିତିର କାରଣ।
Tag: #Avatar2 #HeartAttack #AndhraPradesh #Death #Movie #India



















