ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସରକାର ଦେଶରେ ବ୍ୟବହାର ହେଉଥିବା ସମସ୍ତ ଇଲେକ୍ଟ୍ରୋନିକ ଉପକରଣ ପାଇଁ ଏକକ ଚାର୍ଜିଂ କେବୁଲ୍ ମାନକ ଘୋଷଣା କରିଛନ୍ତି। ଏବେ ସମସ୍ତ ମୋବାଇଲ୍ ଫୋନ୍, ଲାପଟପ୍ ପାଇଁ କେବଳ ଟାଇପ୍-ସି ଚାର୍ଜିଂ କେବୁଲ୍ ମିଳିବ। ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ ଓ ଆଟି ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ଏହାର ଘୋଷଣା ହୋଇଛି। ଦେଶରେ ଇଲେକ୍ଟ୍ରୋନିକ ବର୍ଜ୍ୟବସ୍ତୁ ହ୍ରାସ କରିବା ଏବଂ ଚାର୍ଜିଂର ଏକ ସ୍ଥାୟୀ ସମାଧାନ ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯାଇଛି।

ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍)ର ତଥ୍ୟ ଅନୁଯାୟୀ, ଦେଶରେ ବିକ୍ରି ହେଉଥିବା ସ୍ମାର୍ଟଫୋନ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଉପକରଣ ପାଇଁ ଗୋଟିଏ ପ୍ରକାର ଚାର୍ଜର୍ ରହିବ ଦ୍ଵାରା ଗ୍ରାହକମାନେ ବହୁତ ଉପକୃତ ହେବେ। ସେମାନଙ୍କୁ ଆଉ ଏକାଧିକ ପ୍ରକାରର ଚାର୍ଜର୍ କ୍ରୟ କରିବାକୁ ପଡ଼ିବ ନାହିଁ।

“ଡିସେମ୍ବର ମାସରେ ସରକାରଙ୍କ ସହ ହୋଇଥିବା ଏକ ବୈଠକରେ ସବୁ ଇଲେକ୍ଟ୍ରୋନିକ୍ କମ୍ପାନିର ପ୍ରତିନିଧିମାନେ ଏହି ଏକକ ଚାର୍ଜିଂ ପଦକ୍ଷେପ ପାଇଁ ଏକମତ ହୋଇଥିଲେ। ଏବେ ସବୁ କମ୍ପାନି ଗ୍ରହାକମାନଙ୍କୁ କେବେଳ ଟାଇପ୍-ସି ଚାର୍ଜର୍ ହିଁ ଯୋଗାଇବେ”କହିଛନ୍ତି କେନ୍ଦ୍ର ଗ୍ରାହକ କଲ୍ୟାଣ ବିଭାଗ ସଚିବ ରୋହିତ କୁମାର ସିଂହ।

 

ଏକାଧିକ ପ୍ରକାରର ଚାର୍ଜର୍ ବ୍ୟବହାର ଦ୍ୱାରା ଅଧିକ ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁ ଉତ୍ପର୍ଣ୍ଣ ହୋଇ ପରିବେଶ ପାଇଁ ହାନିକାରକ ସାବ୍ୟସ୍ତ ହେଉଛି। ୟୁରୋପିଆନ ୟୁନିଅନ ଓ ବ୍ରାଜିଲ ପରେ ଭାରତ ସରକାର ଏହି ‘ଏକକ ଚାର୍ଜିଂ ମାନକ’ କାର୍ଯ୍ୟକାରୀ କରିଛନ୍ତି।

Tags: #Onechargerstandard #Type-c #Electronicdevice #E-waste #Environmentpollution #India

Comment