ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଖାଇବାକୁ ନପାଇ ହଷ୍ଟେଲ ଛାଡ଼ିଲେ ୧୪ ଜଣ ଛାତ୍ର। ଏହିଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗାଡ଼ାରେ। ବୈପାରୀଗୁଡ଼ା ସଦର ମହକୁମା ସ୍ଥିତ ୪୦ ଶଯ୍ୟା ବିଶିଷ୍ଟ ହଷ୍ଟେଲର ୧୪ ଜଣ ଛାତ୍ର ଗୁରୁବାର ଦିନ ଚାଲିଚାଲି ଗାଁ ଅଭିମୁଖେ ଯାଉଥିଲେ। ହଷ୍ଟେଲରେ ଖାଇବାକୁ ମିଳୁନଥିବାରୁ ସମସ୍ତେ ଘରକୁ ଯାଉଥିବା କହିଥିଲେ।

ଆଜି ୧୪ ଜଣ ଛାତ୍ର କାନ୍ଧରେ ବ୍ୟାଗ ପକାଇ ଚାଲି ଚାଲି ଯାଉଥିବାବେଳେ ବୈପାରୀଗୁଡ଼ାର କିଛି ଯୁବକ ସେମାନଙ୍କୁ ଅଟକାଇବା ସହ କେଉଁଆଡ଼େ ଯାଉଛ ବୋଲି ପଚାରି ଥିଲେ। ହଷ୍ଟେଲରେ ଖାଇବାକୁ ମିଳୁନଥିବାରୁ ଘରକୁ ଯାଉଛୁ ବୋଲି ଉତ୍ତର ଦେଇଥିଲେ ସମ୍ପୃକ୍ତ ଛାତ୍ରମାନେ। ଏହା ପରେ ଛାତ୍ରମାନେ ନିଜ ନିଜ ଘରକୁ ଯାଇଥିଲେ।

ହଷ୍ଟେଲ ଦାୟିତ୍ଵରେ ଥିବା ଅଧିକାରୀଙ୍କ ପରିଚାଳନାରେ ବାରମ୍ବାର ତ୍ରୁଟି ଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ଏହା ନୂଆ ନୁହେଁ ବାରମ୍ବାର ଏଭଳି ଘଟଣା ଘଟି ସାରିଥିବା କହିଛନ୍ତି ଛାତ୍ରଙ୍କ ପରିବାର ଲୋକେ। ଏ ନେଇ ବିଡିଓଙ୍କୁ ଅଭିଯୋଗ କରିବା ପରେ ତୁରନ୍ତ ଏହି ଅଭିଯୋଗର ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Tags: #Students #HostelStudent #LeaveHostel #Koraput #Baipariguda

LEAVE A REPLY

Please enter your comment!
Please enter your name here