ଓଡ଼ିଶାଲାଇଭ୍ ବ୍ୟୁରୋ
ହକି ପୁରୁଷ ବିଶ୍ଵକପ ୨୦୨୩ରେ ଆରମ୍ଭ ହୋଇଛି ଗ୍ରୁପ୍ ପର୍ଯ୍ୟାୟର ଅନ୍ତିମ ମୁକାବିଲା। ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳ ୱେଲ୍ସ ବିପକ୍ଷରେ ଖେଳିଛି ନିଜର ଶେଷ ଗ୍ରୁପ୍ ମ୍ୟାଚ। ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୱେଲସକୁ ୪-୨ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଦୁଇଟି ଗ୍ରୁପ୍ ମ୍ୟାଚ ଖେଳିବା ପରେ ଭାରତୀୟ ଦଳ କଳିଙ୍ଗ ଷ୍ଟାଡିୟମରେ ଚଳିତ ବିଶ୍ଵକପରେ ପ୍ରଥମ ମ୍ୟାଚ ଖେଳିଛି।
ଗୁରୁବାର ମ୍ୟାଚରେ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ସମୀକ୍ଷା କରିଛନ୍ତି ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର। ସେ ମ୍ୟାଚରେ ଭାରତୀୟ ଦଳର ପ୍ରଦର୍ଶନ ଏବଂ ଦଳର ଖେଳାଳିମାନଙ୍କ ସମ୍ବନ୍ଧରେ ଆଲୋଚନା କରିଛନ୍ତି। ଓଡ଼ିଶାଲାଇଭର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘ସମ୍ବିତଙ୍କ ସମୀକ୍ଷା’ରେ ବିଶ୍ଵକପ ସମ୍ବନ୍ଧୀୟ ଏହି ଚର୍ଚ୍ଚା ହୋଇଛି। ଦେଖନ୍ତୁ ଭିଡିଓ
Tags: #HockeyMen’sWorldCup2023 #TeamIndia #IndiaVsWales #OdishaLive #SambitnkaSamikhya #SambitMohapatra #Hockey


















