ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବୁଧବାର ଖେଳାଯିବ ଶେଷ ଦୁଇଟି କ୍ଵାର୍ଟର ଫାଇନାଲ ମ୍ୟାଚ। ପ୍ରଥମ ମୁକାବିଲାରେ ଇଂଲଣ୍ଡ ଓ ଜର୍ମାନୀ ମୁହାଁମୁହିଁ ହେବେ। ପ୍ରଥମ ମ୍ୟାଚ ଶେଷ ହେବାପରେ ସନ୍ଧ୍ୟାରେ ନେଦରଲାଣ୍ଡସ ଓ ଦକ୍ଷିଣ କୋରିଆ ପରସ୍ପରକୁ ଭେଟିବେ। ଏହି କ୍ଵାର୍ଟର ଫାଇନାଲ ମ୍ୟାଚ ସମସ୍ତ ଦଳ ପାଇଁ ବିଶେଷ ଗୁରୁତ୍ଵପୂର୍ଣ୍ଣ ରହିବ।

ବୁଧବାର ପ୍ରଥମ କ୍ଵାର୍ଟର ଫାଇନାଲ ମ୍ୟାଚଟି ଅପରାହ୍ଣ ୪ଟା ୩୦ ମିନିଟରେ ଆରମ୍ଭ ହେବ। ମ୍ୟାଚରେ ୟୁରୋପର ଦୁଇ ହକି ମହାଶକ୍ତି ଇଂଲଣ୍ଡ ଓ ଜର୍ମାନୀ ବିଶ୍ଵକପରେ ଆଗକୁ ଯିବ ଲକ୍ଷ୍ୟରେ ପଡ଼ିଆକୁ ଆସିବେ। ଇଂଲଣ୍ଡ ଦଳ ଭାରତ ସହ ସମାନ ଗ୍ରୁପରେ ରହି ସିଧାସଳଖ କ୍ଵାର୍ଟରକୁ ଯାଇଥିଲା। ଅନ୍ୟପଟେ ଜର୍ମାନୀ କ୍ରସ୍ଓଭର ମ୍ୟାଚରେ ଫ୍ରାନ୍ସକୁ ହରାଇ କ୍ଵାର୍ଟରକୁ ଯାଇଛି। ଦୁଇ ଦଳ ଭିତରେ ଏକ ଟକ୍କରଭରା ମ୍ୟାଚ ଦେଖିବାକୁ ମିଳିବ।

କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ସରିବା ପରେ ସନ୍ଧ୍ୟା ୭ଟାରେ ନେଦରଲାଣ୍ଡସ ଓ ଦକ୍ଷିଣ କୋରିଆ ମଧ୍ୟରେ ମ୍ୟାଚ ଆରମ୍ଭ ହେବ। ନେଦରଲାଣ୍ଡସ ଦଳ ଚଳିତ ବିଶ୍ଵକପର ସବୁଠାରୁ ଦଳ ଗ୍ରପ୍ ପର୍ଯ୍ୟାୟରେ ଦଳ ନିଜର ସମସ୍ତ ମ୍ୟାଚ ଜିତି କ୍ଵାର୍ଟର ଫାଇନାଲକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିଲା। ଅଧିନାୟକ ଥ୍ୟେରି ବ୍ରିଙ୍କମ୍ୟାନଙ୍କ ନେତୃତ୍ଵରେ ଦଳ ବିଶ୍ଵକପରେ ଭଲ ପ୍ରଦର୍ଶନ କରୁଛି।

ଅନ୍ୟପଟେ ଏକମାତ୍ର ଏସୀୟ ଦଳ ଭାବେ ବିଶ୍ଵକପ କ୍ଵାର୍ଟର ଫାଇନାଲକୁ ଯାଇଛି ଦକ୍ଷିଣ କୋରିଆ। ସୋମବାର ଏକ ରୋମାଞ୍ଚକର ମ୍ୟାଚରେ ଦଳ ପେନାଲ୍ଟି ସୁଟଆଉଟରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। ଏହି ବିଜୟ ଦ୍ଵାରା ଦଳ ବିଶ୍ଵକପରେ ନିଜର ଛାପ ଛାଡ଼ିଛି। ତେବେ କ୍ଵାର୍ଟର ଫାଇନାଲରେ ଦଳ ନେଦରଲାଣ୍ଡସକୁ ଭଲ ଟକ୍କର ଦେବ ବୋଲି ଆଶା କରାଯାଉଛି।

Tags: #HockeyMen’sWorldCup #QuarterFinal #EnglandVsGermany #NetherlandsVsKorea #KalingaStadium #India #Odisha

LEAVE A REPLY

Please enter your comment!
Please enter your name here