ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ପୁଣି ଥରେ ଆରମ୍ଭ ହୋଇଛି ଶୀତଲହରି। ରାଜ୍ୟକୁ ଉତ୍ତର ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବାହିତ ହେଉଥିବାରୁ ଶୀତ ବଢ଼ିଛି। ଆହୁରି ଚାରିଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ସହ ରାତିର ତାପମାତ୍ରା ସ୍ଵାଭାବିକଠାରୁ ୨ରୁ ୩ ଡିଗ୍ରୀ ଯାଏଁ ହ୍ରାସ ପାଇବ।

ଗୁରୁବାର ରାତିରେ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଜି.ଉଦୟଗିରି ଓ କିରେଇରେ ତାପମାତ୍ରା ୭.୬ ଡିଗ୍ରୀ ଏବଂ ରାଉରକେଲାରେ ୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ରହିଥିବାବେଳେ କଟକରେ ୧୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସାରା ରାଜ୍ୟରେ ଦୀର୍ଘ ଦିନର ବିରତି ପରେ ପୁଣି ଶୀତ ପଡ଼ିବା ଆରମ୍ଭ ହୋଇଛି।

Tags: #Coldwave #Winter #Nighttemperature #Temperature Fall #MeteorologicalCentre #Bhubaneswar #Odisha

LEAVE A REPLY

Please enter your comment!
Please enter your name here