ଓଡ଼ିଶାଲାଇଭ୍ ବ୍ୟୁରୋ

  • ପୁଷ୍ଟିଶସ୍ୟ ଚାଷରେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ପ୍ରେରଣା
  • ପୁଷ୍ଟିଶସ୍ୟ ଚାଷୀଙ୍କୁ ଶସକ୍ତ କରିବାରେ ଓଡ଼ିଶା ଭାରତର ଅଗ୍ରଣୀ ରାଜ୍ୟ 
  • “ଆଗକୁ ବିଦେଶକୁ ଅଧିକ ମିଲେଟ୍ସ ଜାତୀୟ ଶସ୍ୟ ରପ୍ତାନି କରିବ ଓଡ଼ିଶା”- ଡକ୍ଟର ଅରବିନ୍ଦ ପାଢ଼ୀ

ଭୁବନେଶ୍ଵର ବରମୁଣ୍ଡା ଖେଳପଡ଼ିଆଠାରେ ଚାଲିଛି ମେଗା କୃଷି ପ୍ରଦର୍ଶନୀ ‘କୃଷି ଓଡ଼ିଶା-୨୦୨୩’। ଏହି କୃଷି ମହୋତ୍ସବର ପ୍ରଥମ ଦିନରେ ଆୟୋଜିତ ‘ପୁଷ୍ଟିଶସ୍ୟ: ଭବିଷ୍ୟତର ସମ୍ଭାର’ ଶୀର୍ଷକ ଆଲୋଚନାଚକ୍ରରେ ଓଡ଼ିଶାରେ ପୁଷ୍ଟିଶସ୍ୟ ଚାଷର ବିକାଶ ଉପରେ ଆଲୋଚନା କରାଯାଇଥିଲା।

ଏହି ଆଲୋଚନାଚକ୍ରରେ କୃଷି ବିଜ୍ଞାନୀ, ବିଶେଷଜ୍ଞ, ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଭାଗ ନେଇଥିଲେ। ପୁଷ୍ଟିଶସ୍ୟ କିପରି ଘରେ ଘରେ ଆଦର ପାଇବ ଏବଂ ଓଡ଼ିଶାରେ ଏହାର ଉତ୍ପାଦନ କିପରି ବଢ଼ିବ ସେ ବିଷୟରେ କୃଷି ବିଜ୍ଞାନୀମାନେ ମତ ଦେଇଥିଲେ। ତା’ଛଡ଼ା ଚାଷୀମାନେ ମଧ୍ୟ ବିଶେଷଜ୍ଞମାନଙ୍କ ସହ ସିଧାସଳଖ କଥା ହୋଇଥିଲେ।

ଏହି ଆଲୋଚନାଚକ୍ରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ‘‘ପୁଷ୍ଟିଶସ୍ୟ ହେଉଛି ଏକ ପାରମ୍ପରିକ ଚାଷ। ଏବେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଯୋଗୁଁ ପୁଷ୍ଟିଶସ୍ୟ ଉତ୍ପାଦନ ବହୁଳ ଭାବେ ବଢ଼ିଛି। ୨୦୧୭ରେ ଓଡ଼ିଶା ମିଲେଟ୍ସ ମିଶନ ଆରମ୍ଭ ହେବା ପୂର୍ବରୁ ରାଜ୍ୟରେ ପ୍ରତି ହେକ୍ଟର ପିଛା ମାତ୍ର ୬ କୁଇଣ୍ଟାଲ୍ ପୁଷ୍ଟିସ୍ୟ ଉତ୍ପାଦନ ହେଉଥିଲା। ଏବେ ଏହା ବଢ଼ି ୧୫ କୁଇଣ୍ଟାଲରେ ପହଞ୍ଚିଛି। ଏବେ ଓଡ଼ିଶାରୁ ମଧ୍ୟପୂର୍ବ ଦେଶମାନଙ୍କୁ ପୁଷ୍ଟିଶସ୍ୟ ରପ୍ତାନି ହେଉଛି”, କହିଛନ୍ତି ଡକ୍ଟର ଅରବିନ୍ଦ ପାଢ଼ୀ।

ଓଡ଼ିଶାରେ ପୁଷ୍ଟିଶସ୍ୟ ଚାଷରେ ବୈଷୟିକ ଜ୍ଞାନକୌଶଳ ଓ ଯାନ୍ତ୍ରିପାତିର ବ୍ୟବହାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମିଲେଟ୍ସ ଚାଷୀଙ୍କୁ କିଭଳି ଶସକ୍ତ କରାଯିବ ସେ ବିଷୟରେ ଚର୍ଚ୍ଚା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଚାଷୀ ଏବଂ ପୁଷ୍ଟିଶସ୍ୟରୁ ବିଭିନ୍ନ ରୁଚିପୂର୍ଣ୍ଣ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସମ୍ମାନିତ କରାଯାଇଥିଲା।

ପୁଷ୍ଟିଶସ୍ୟର ପ୍ରୋତ୍ସାହନ ଦିଗରେଓଡ଼ିଶା ମିଲେଟ୍ସ ମିଶନଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛି ଓଡ଼ିଶାର ଏହି ଯୋଜନା ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛି ଆମେ ମଧ୍ୟ ଏହି ଦିଗରେ ରାଜ୍ୟ ସରକାରଙ୍କୁ ସହଯୋଗ କରୁଛୁ ରାଜ୍ୟର ଚାଷୀମାନଙ୍କୁ ସଶକ୍ତ ତଥା ସେମାନଙ୍କ ଆୟ ବୃଦ୍ଧି କରିବାକୁ ଆମେ କାର୍ଯ୍ୟ କରୁଛୁ”, କହିଛନ୍ତି ମିଳିତ ଜାତିସଂଘ ଖାଦ୍ୟ କୃଷି ସଂଗଠନର ଅଫିସର ଇନ୍ ଚାର୍ଜ ଡକ୍ଟର କୋଣ୍ଡା ରେଡ୍ଡୀ

ଓଡ଼ିଶାରେ ପୁଷ୍ଟିଶସ୍ୟର ଉତ୍ପାଦନ ବହୁଳ ଭାବେ ବଢ଼ିଛି। ଭାରତରେ ପୁଷ୍ଟିଶସ୍ୟ କ୍ଷେତ୍ରକୁ ସମୃଦ୍ଧ କରିବାରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆଗାମୀ ଦିନରେ ଓଡ଼ିଶା ତଥା ଭାରତରୁ ଅଧିକ ମିଲେଟ୍ସ ଜାତୀୟ ଶସ୍ୟ ରପ୍ତାନି କରିବା ପାଇଁ ଲକ୍ଷ୍ୟ ରଖିଛୁ”, କହିଛନ୍ତି ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମର କଣ୍ଟ୍ରି ଡାଇରେକ୍ଟର ଡକ୍ଟର ଏଲିଜାବେଥ ଫ୍ୟୁର

ଏହି କାର୍ଯ୍ୟକ୍ରମରେ ଇଣ୍ଟରନାସନାଲ୍ ଫଣ୍ଡ ଫର ଏଗ୍ରିକଲଚର ଡେଭେଲପମେଣ୍ଟର କଣ୍ଟ୍ରି ଡାଇରେକ୍ଟର ଡକ୍ଟର ଉଲାକ ଡେମିରାଗ୍, ନୀତି ଆୟୋଗର ପ୍ରତିନିଧି ଡକ୍ଟର ସାଲୋନି ଭୁତାନି, ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚର ରିସର୍ଚ୍ଚର ଡାଇରେକ୍ଟର ଡକ୍ଟର ସି ଭି ରତ୍ନାବତୀ ପ୍ରମୁଖ ଯୋଗ ଦେଇଥିଲେ।

Tags: #KrushiOdisha-2023 #MilletSession #Agriculture Department #Odisha

LEAVE A REPLY

Please enter your comment!
Please enter your name here