ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ପୋଲିସ ଇରିଗେସନ କଲୋନୀରେ ଥିବା ଏକ ଘରୁ ଏକ କୁଇଣ୍ଟାଲ ୧୪୫ କେଜି ଗଞ୍ଜେଇ ଓ ଗୋଟିଏ ମାଉଜର ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ପୋଲିସ କହିଛି।

ଇରିଗେସନ କଲୋନୀରେ ଗଞ୍ଜେଇ ଚାଲାଣ ପାଇଁ ରଖାଯାଇଥିବା ଖବର ପାଇ ବୋରିଗୁମ୍ମା ପୋଲିସର ଏକ ଟିମ୍ ସମ୍ପୃକ୍ତ ଅଞ୍ଚଳରେ ଚଢ଼ଉ କରି ଏକ ଘରୁ ୧ କୁଇଣ୍ଟାଲ ୧୪୫ କୋଜିର ଗଞ୍ଜେଇ ସହ ଗୋଟିଏ ମାଉଜର ଜବତ କରିଥିଲେ। ଘର ଆଗରେ ଥିବା ଗଞ୍ଜେଇ ବୋଝେଇ ଏକ ପିକଅପ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି।

ପୋଲିସ ଚଢ଼ଉ ସମ୍ପର୍କରେ ଖବର ପାଇ ବେଆଇନ ଭାବେ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ବ୍ୟବସାୟିମାନେ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ବୋରିଗୁମ୍ମା ଏସଡିପିଓ ମଧୁସ୍ମିତା ମିଶ୍ର ସୂଚନା ଦେଇଛନ୍ତି। ଥାନା ଅଧିକାରୀ କ୍ଷୀରେଶ୍ଵର ସାହୁ ଏବଂ ତହସିଲଦାର ସବ୍ୟସାଚୀ ଜେନାଙ୍କ ଉପସ୍ଥିତିରେ ଏହି ଚଢ଼ଉ କରାଯାଇଥିଲା। ସମ୍ପୃକ୍ତ ଘରଟି ସୀମାଞ୍ଚଳ ସାହୁଙ୍କ ନାଁରେ ରହିଥିବାରୁ ପୋଲିସ ତାଙ୍କୁ ଥାନାକୁ ଡାକି ପଚରା ଉଚରା ଜାରି ରଖିଛି।

Tags: #Koraput #BorigumaPolice #GanjaSupply

LEAVE A REPLY

Please enter your comment!
Please enter your name here