ଓଡ଼ିଶାଲାଇଭ୍ ବ୍ୟୁରୋ

job

ଓଡ଼ିଶାରେ ଏବେ ପଞ୍ଚାୟତ ଏକ୍ସିକ୍ୟୁଟିଭ ଅଫିସର (ପଞ୍ଚାୟତ ନିର୍ବାହୀ ଅଧିକାରୀ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓଡ଼ିଶା ସବୋର୍ଡିନେଟ୍ ଷ୍ଟାଫ ସିଲେକସନ କମିଶନ (ଓଏସଏସଏସସି) ପକ୍ଷରୁ ଏହି ୨୨୯୭ ପଦବୀ ପାଇଁ ଏବେ ଅନଲାଇନ ଆବେଦନ ଚାଲିଛି। ମାର୍ଚ୍ଚ ୨୭ ହେଉଛି ଆବେଦନର ଶେଷ ତାରିଖ।

ଯୋଗ୍ୟତା

  • ପଞ୍ଚାୟତ ଏକ୍ସିକ୍ୟୁଟିଭ ଅଫିସର ପଦବୀ ପାଇଁ ପ୍ରାର୍ଥୀମାନେ ଯେକୌଣସି ବିଭାଗରେ ଯୁକ୍ତ ୨ ବା ଦ୍ଵାଦଶ ପାସ କରିଥିବା ଆବଶ୍ୟକ
  • ପରୀକ୍ଷା ପାଇଁ ପ୍ରାର୍ଥୀମାନଙ୍କ ବୟସ ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ

କେମିତି କରିବେ ଆବେଦନ

  • ଓଏସଏସଏସସିର ୱେବସାଇଟ osssc.gov.in କୁ ଯାଆନ୍ତୁ
  • ୱେବସାଇଟ ଭିତରେ ‘ଆପ୍ଲାଏ ଅନଲାଇନ’ରେ କ୍ଲିକ କରନ୍ତୁ
  • ଏହାପରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଓଡ଼ିଶା ସବୋର୍ଡିନେଟ୍ ଷ୍ଟାଫ ସିଲେକସନ କମିଶନ ପକ୍ଷରୁ ପଞ୍ଚାୟତ ଏକ୍ସିକ୍ୟୁଟିଭ ଅଫିସର ପାଇଁ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ। ଏହି ପରୀକ୍ଷା କେବେ ହେବ, ସେନେଇ ଓଏସଏସଏସସି ପକ୍ଷରୁ ଆଗକୁ ସୂଚନା ଦିଆଯିବ।

Tags: #OSSSC #PanchayatExecutiveOfficer #OnlineApplication #Employment #Examination #Odisha

Comment