ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଓଡ଼ିଶା ଦିବସ। ଆଜି ଆମ ସମସ୍ତଙ୍କ ପାଇଁ ଗର୍ବ ଏବଂ ଗୌରବର ଦିନ। ଜଣେ ଓଡ଼ିଆ ହିସାବରେ ଆସନ୍ତୁ ସମସ୍ତେ ଗର୍ବରେ କହିବା ‘ଆମେ ଓଡ଼ିଆ’।
ଆଜି ହେଉଛି ଉତ୍କଳ ଦିବସ ବା ଓଡ଼ିଶା ଦିବସ। ଆଜିର ଦିନରେ ଓଡ଼ିଶାକୁ ମିଳିଥିଲା ସ୍ଵତନ୍ତ୍ର ପରିଚୟ। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତ୍ତିରେ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା। ଯାହା ଓଡ଼ିଆ ତଥା ଓଡ଼ିଶାବାସୀଙ୍କୁ ଦେଲା ନୂଆ ପରିଚୟ। ଏହି ପରିଚୟ ପାଇବା ଏତେ ସହଜ ନଥିଲା, ଅନେକ ବୀରପୁରତ୍ରଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡ଼ିଶା ଭାଷାଭିତ୍ତିରେ ସ୍ୱତନ୍ତ୍ର ପରିଚୟ ପାଇପାରିଛି।
ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସ କବି ଫକୀର ମୋହନ ସେନାପତି, ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପରି କେତେକ ବୀରପୁତ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ପାଇଁ ଅନେକ ସଂଘର୍ଷ କରିଥିଲେ। ସେମାନଙ୍କୁ ଆଜି ସମସ୍ତେ ମନେପକାଉଛନ୍ତି।
Tags: #OdishaDivas #OdiaDivas #UtkalDivas #AmeOdia