ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୯୭ଟି ଦନ୍ତ ଚିକିତ୍ସକ (ଡେଣ୍ଟାଲ୍ ସର୍ଜନ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ପ୍ରାର୍ଥୀମାନକୁ ଓଡ଼ିଶା ମେଡିକାଲ ସର୍ଭିସ (ଡେଣ୍ଟାଲ୍) କ୍ୟାଡର(ଗ୍ରୁପ୍-ଏ) ଅନ୍ତର୍ଗତ ନିଯୁକ୍ତି ମିଳିବ।
ଏହି ନିଯୁକ୍ତି ପାଇଁ ହେବାକ୍ଉ ଥିବା ପରୀକ୍ଷା ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି ପରୀକ୍ଷା ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ଏହି ଆବେଦନ ପ୍ରକ୍ରିୟା ମେ’ ମାସ ୨୯ ତାରିଖ ଯାଏଁ ଚାଲିବ। ଯଦି ଆପଣମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।
ପଦବୀ ସଂଖ୍ୟା
- ଡେଣ୍ଟାଲ୍ ସର୍ଜନ – ମୋଟ ପଦବୀ ସଂଖ୍ୟା ୧୯୭
- ଅଣସରଂକ୍ଷିତ ବର୍ଗ – ୭୩
- ଅନୁସୂଚିତ ଜନଜାତି ବର୍ଗ – ୮୪
- ଅନୁସୂଚିତ ଜାତି – ୨୪
- ଏସଇବିସି ବର୍ଗ – ୧୬
ଯୋଗ୍ୟତା
- ପ୍ରାର୍ଥୀମାନଙ୍କ ବୟସ ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
- ପ୍ରାର୍ଥୀମାନେ ଦନ୍ତ ଚିକିତ୍ସା ପାଠ୍ୟକ୍ରମରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
- ପ୍ରାର୍ଥୀମାନେ ଓଡ଼ିଆରେ ଲେଖି ପଢ଼ି ପାରୁଥିବା ଆବଶ୍ୟକ
ଚୟନ ପ୍ରକ୍ରିୟା
- ଓପିଏସସି ପକ୍ଷରୁ ଡେଣ୍ଟାଲ୍ ସର୍ଜନ ପଦବୀଗୁଡ଼ିକ ପାଇଁ ପରୀକ୍ଷା କରାଯିବ
- ଏହି ପରୀକ୍ଷା ପରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନଙ୍କ ମେରିଟ ଲିଷ୍ଟ ବାହାର କରାଯିବ
- ଏହି ମେରିଟ ଲିଷ୍ଟ ଅଧାରରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ମିଳିବ
ଆବେଦନ ଶୁଳ୍କ
- ଏହି ଡେଣ୍ଟାଲ୍ ସର୍ଜନ ପଦବୀର ପରୀକ୍ଷାରେ ସବୁ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ଛାଡ଼ କରାଯାଇଛି
କେମିତି କରିବେ ଆବେଦନ
- ଓପିଏସସିର ୱେବସାଇଟ୍ opsc.gov.in କୁ ଯାଆନ୍ତୁ
- ୱେବସାଇଟ୍ ଭିତରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
- ଏହାପରେ ସେଠାରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
- ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ
ଡେଣ୍ଟାଲ୍ ସର୍ଜନ ପଦବୀ ପାଇଁ କେବେ ପରୀକ୍ଷା କରାଯିବ ସେ ନେଇ ଓପିଏସସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଓପିଏସସିର ୱେବସାଇଟରେ ଉପଲବ୍ଧ।
Tags: #OPSC #DentalSurgeons #OnlineApplication #Employment #Odisha



















