ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରମ ବିଭାଗ ମନ୍ତ୍ରୀ ଭାବେ ପୂର୍ବତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ଦାୟିତ୍ୱ ମିଳିଛି। ମେ’ ୧୨ ତାରିଖରେ ଶ୍ରମ ବିଭାଗରୁ ଶ୍ରୀକାନ୍ତ କୁମାର ସାହୁ ଇସ୍ତଫା ଦେଇଥିଲେ। ସୋମବାର ଦିନ ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହୋଇ ସାରଦା ପ୍ରସାଦ ନାୟକଙ୍କୁ ଏହି ବିଭାଗ ଦିଆଯାଇଛି।
ସାରଦା ପ୍ରସାଦ ନାୟକ ରାଉରକେଲାରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୯ରୁ ୨୦୧୨ ମସିହା ପର୍ଯ୍ୟନ୍ତ ସେ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇ ଥିଲେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ଅବକାରୀ ବିଭାଗ ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଛନ୍ତି ସାରଦା ନାୟକ। ଆଜି ତାଙ୍କୁ ଶ୍ରମ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ଵ ଦିଆଯାଇଛି।

ଶ୍ରମ ବିଭାଗ ମିଳିଥିବାରୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ସାରଦା ନାୟକ। ସେ କହିଛନ୍ତି ତାଙ୍କୁ ଯେଉଁ ଦାୟିତ୍ଵ ଦିଆଯାଇଛି ତାକୁ ସେ ନିଷ୍ଠାର ସହ ତୁଲାଇବେ।

ଝାରସୁଗୁଡ଼ା ଉପନିର୍ବାଚନରେ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିଥିଲେ ସାରଦା ନାୟକ। ସେ ପଶ୍ଚିମ ଓଡ଼ିଶାର ଜଣେ ଜଣାଶୁଣା ଚେହେରା ଚେହେରା। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ସାରଦା ପ୍ରସାଦ ନାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିବା କୁହାଯାଉଛି।

Tags: #Politics #OdishaPolitics #SaradaPrasadNayak #LabourDepartment

LEAVE A REPLY

Please enter your comment!
Please enter your name here