ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ବିଭିନ୍ନ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆରଆରବି)ଗୁଡ଼ିକରେ ଅନେକ ଗ୍ରୁପ ‘ଏ’, ‘ଗ୍ରୁପ ‘ବି’ ଓ ଗ୍ରୁପ ‘ସି’ ଅଫିସର ଓ ଅନ୍ୟାନ୍ୟ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ୮ ହଜାର ୫୯୪ଟି ପଦବୀ ପୂରଣ ପାଇଁ ଇନ୍ସଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କିଂ ପର୍ସନାଲ୍ ସିଲେକ୍ସନ (ଆଇବିପିଏସ୍) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ଏହି ପଦବୀଗୁଡ଼ିକ ପାଇଁ ହେବାକୁ ଥିବା ‘ଆଇବିପିଏସ୍’ ଆରଆରବି ପରୀକ୍ଷା ପାଇଁ ଏବେ ଅନଲାଇନରେ ଆବେଦନ ଜାରି ରହିଛି। ଜୁନ ମାସ ୩୦ ତାରିଖ ଯାଏଁ ଏହି ଆବେଦନ ଚାଲିବ। ପୂର୍ବରୁ ଏହି ପରୀକ୍ଷା ପାଇଁ ଆବେଦନର ଶେଷ ତାରିଖ ଜୁନ ୨୧ ତାରିଖ ଥିବାବେଳେ ଏବେ ଏହାକୁ ବଢ଼ାଇ ଦିଆଯାଇଛି।
ଯଦି ଆପଣମାନେ ଏ ପର୍ଯ୍ୟନ୍ତ ‘ଆଇବିପିଏସ୍’ର ଏହି ପରୀକ୍ଷା ପାଇଁ ଆବେଦନ କରିନାହାନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।
ପଦବୀ ସଂଖ୍ୟା
- ଗ୍ରୁପ ଏ ଅଫିସର (ଆସିଷ୍ଟାଣ୍ଟ ମ୍ୟାନେଜର) – ୨୪୮୫
- ଗ୍ରୁପ ବି ଅଫିସର (ବ୍ୟାଙ୍କିଂ ମ୍ୟାନେଜର) – ୩୧୫
- ଗ୍ରୁପ ବି ଅଫିସର (ଆଇଟି) – ୬୮
- ଗ୍ରୁପ ବି ଅଫିସର (ଚାର୍ଟଡ ଆକାଉଣ୍ଟାଣ୍ଟ) – ୨୧
- ଗ୍ରୁପ ବି ଅଫିସର (ଆଇନ) – ୨୪
- ଗ୍ରୁପ ବି ଅଫିସର (ଟ୍ରେଜେରି ମ୍ୟାନେଜର) – ୮
- ଗ୍ରୁପ ବି ଅଫିସର (ମାର୍କେଟିଙ୍ଗ) – ୦୩
- ଗ୍ରୁପ ବି ଅଫିସର (ଏଗ୍ରୀକଲ୍ଚର) – ୫୯
- ଗ୍ରୁପ ସି ଅଫିସର (ସିନିୟର ମ୍ୟାନେଜର) – ୦୩
- ଅଫିସ ଆସିଷ୍ଟାଣ୍ଟ (ମଲ୍ଟିପରପୋଜ) – ୫୫୩୮
ଶିକ୍ଷାଗତ ଯୋଗ୍ୟତା
ଗ୍ରୁପ୍ ‘ଏ’ ଅଫିସର (ଆସିଷ୍ଟାଣ୍ଟ ମ୍ୟାନେଜର)
- ପ୍ରାର୍ଥୀମାନଙ୍କ ବୟସ ୧୮ ବର୍ଷରୁ ୩୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ
- ପ୍ରାର୍ଥୀମାନେ ଅତିକମରେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
ଗ୍ରୁପ ‘ବି’ ଅଫିସର (ଜେନେରାଲ ବ୍ୟାଙ୍କିଂ ମ୍ୟାନେଜର)
- ପ୍ରାର୍ଥୀମାନଙ୍କ ବୟସ ୨୧ ବର୍ଷରୁ ୩୨ ବର୍ଷ ମଧ୍ୟରେ ହେବା ଆବଶ୍ୟକ
- ପ୍ରାର୍ଥୀମାନେ ଅତିକମରେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
- ସେମାନେ ଗ୍ରାଜୁଏସନରେ ଅତିକମରେ ୫୦ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ
ଗ୍ରୁପ ‘ବି’ ଅଫିସର (ମ୍ୟାନେଜର – ବିଭିନ୍ନ ବିଭାଗ)
- ପ୍ରାର୍ଥୀମାନଙ୍କ ବୟସ ୨୧ ବର୍ଷରୁ ୩୨ ବର୍ଷ ମଧ୍ୟରେ ହେବା ଆବଶ୍ୟକ
- ପ୍ରାର୍ଥୀମାନେ ଆବେଦନ କରୁଥିବା ନିର୍ଦ୍ଦିଷ୍ଟ ବିଭାଗରେ ଅତିକମରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
- ସେମାନେ ଗ୍ରାଜୁଏସନରେ ଅତିକମରେ ୫୦ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ
ଗ୍ରୁପ ‘ସି’ ଅଫିସର (ସିନିୟର ମ୍ୟାନେଜର)
- ପ୍ରାର୍ଥୀମାନଙ୍କ ବୟସ ୨୧ ବର୍ଷରୁ ୪୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ
- ପ୍ରାର୍ଥୀମାନେ ଅତିକମରେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
- ସେମାନେ ଗ୍ରାଜୁଏସନରେ ଅତିକମରେ ୫୦ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ
ଅଫିସ ଆସିଷ୍ଟାଣ୍ଟ (ମଲ୍ଟିପରପୋଜ)
- ପ୍ରାର୍ଥୀମାନଙ୍କ ବୟସ ୧୮ ବର୍ଷରୁ ୨୮ ବର୍ଷ ମଧ୍ୟରେ ହେବା ଆବଶ୍ୟକ
- ପ୍ରାର୍ଥୀମାନେ ଅତିକମରେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
- ସେମାନେ କମ୍ପ୍ୟୁଟରରେ କାମ କରିପାରୁଥିବା ଆବଶ୍ୟକ
ଚୟନ ପ୍ରକ୍ରିୟା
- ଏହି ପଦବୀ ପାଇଁ ପ୍ରଥମେ ଆରବିଆଇ ପକ୍ଷରୁ ପ୍ରିଲିମିନାରି ପରୀକ୍ଷା କରାଯିବ
- ଏଥିରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ନେଇ ମେନ ପରୀକ୍ଷା କରାଯିବ
- ମେନ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀଙ୍କ ଇଣ୍ଟରଭ୍ୟୁ କରାଯିବ
- ଶେଷରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ଗ୍ରୁପ ବି ଅଫିସର ଭାବେ ନିଯୁକ୍ତି ମିଳିବ
- କେବଳ ଅଫିସ ଆସିଷ୍ଟାଣ୍ଟ ପଦବୀ ପାଇଁ ଇଣ୍ଟରଭ୍ୟୁ ହେବ ନାହିଁ।
କେମିତି କରିବେ ଆବେଦନ
- ଆଇବିପିଏସର ୱେବସାଇଟ ibps.in କୁ ଯାଆନ୍ତୁ
- ୱେବସାଇଟ ଭିତରେ ‘ଆରଆରବି’ ନିଯୁକ୍ତି ଲିଙ୍କକୁ କ୍ଲିକ୍ କରନ୍ତୁ
- ଏହାପରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
- ସେଠାରେ ନିଜ ନାମ ପଞ୍ଜୀକରଣ କରନ୍ତୁ
- ପଞ୍ଜୀକରଣ ପରେ ‘ଲଗ ଇନ’ କରି ବିଭିନ୍ନ ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
- ପରୀକ୍ଷା ପାଇଁ ନିଜ ପାଖ ଅଞ୍ଚଳରେ ଥିବା ସେଣ୍ଟରକୁ ବାଛନ୍ତୁ
- ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ
ଏହି ‘ଆରଆରବି’ ନିଯୁକ୍ତି ପାଇଁ କେବେ ପରୀକ୍ଷା କରାଯିବ ସେନେଇ ‘ଆଇବିପିଏସ’ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ବ୍ୟାଙ୍କିଂ ପଦବୀଗୁଡ଼ିକର ଅଧିକ ସୂଚନା ‘ଆଇବିପିଏସ’ର ୱେବସାଇଟରେ ଉପଲବ୍ଧ।
Tags: #IBPSBanking #RRBExam #BankOfficer #Employment #Examination #India



















