ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ଜାତୀୟ ଡାକ୍ତର ଦିବସ। ଡାକ୍ତରମାନଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ଜୁଲାଇ ୧ ତାରିଖକୁ ସମଗ୍ର ଦେଶରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି।

ଡାକ୍ତରଙ୍କୁ ଭଗବାନଙ୍କ ସ୍ଥାନ ଦିଆଯାଇଛି। ଡାକ୍ତରମାନଙ୍କର ସେବାକୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଉଛି। ୧୯୯୧ ମସିହାରେ ପ୍ରଥମେ ଜାତୀୟ ଦିବସ ପାଳନ କରାଯାଇଥିଲା। ସେବେଠାରୁ ଜୁଲାଇ ୧ ତାରିଖରୁ ଏହି ଦିବସ ପାଳନ କରାଯାଉଛି।

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଡାକ୍ତର ବିସି ରାୟଙ୍କୁ ସମ୍ମାନ ଜଣାଇ ପ୍ରଥମ ଥର ପାଇଁ ଡାକ୍ତର ଦିବସ ପାଳନ କରାଯାଇଥିଲା। ଡାକ୍ତର ବିସି ରାୟଙ୍କୁ ୧୯୬୧ ମସିହା ଫେବ୍ରୁଆରି ୪ ତାରିଖକୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଡାକ୍ତର ରାୟ ୧୮୮୨ ମସିହା ଜୁଲାଇ ୧ ତାରିଖରେ ଜନ୍ମ ହୋଇଥିବାବେଳେ ୧୯୬୨ ମସିହା ଜୁଲାଇ ୧ ତାରିଖରେ ତାଙ୍କର ନିଧନ ହୋଇଥିଲା। ଏହି କାରଣରୁ ଜୁଲାଇ ୧କୁ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି।

ପ୍ରତିବର୍ଷ ଗୋଟିଏ ଥିମକୁ ନେଇ ଜାତୀୟ ଡାକ୍ତର ଦିବସରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଚଳିତ ବର୍ଷର ଥିମ୍ ରହିଛି ‘ସେଲେବ୍ରିଟିଙ୍ଗ ରେଜିଲିଏନ୍ସ ଆଣ୍ଡ ହିଲିଙ୍ଗ ହ୍ୟାଣ୍ଡସ୍’।

Tags: #NationalDoctersDay2023 #Health #Healing #Treatment

LEAVE A REPLY

Please enter your comment!
Please enter your name here