ଓଡ଼ିଶାଲାଇଭ୍ ବ୍ୟୁରୋ

“ସମୟ ଅନୁସାରେ ଶିଳ୍ପ କ୍ଷେତ୍ରରେ ଟେକ୍ନୋଲୋଜିର ଦ୍ରୁତଗତିରେ ପରିବର୍ତ୍ତନ ହୋଇଛି। ତେଣୁ କମ୍ପାନିଗୁଡ଼ିକର ଆବଶ୍ୟକତା ଅନୁସାରେ ଦକ୍ଷତା ବିକାଶ ହେବା ଜରୁରୀ। ଏହା ଦ୍ଵାରା ଉତ୍ପାଦନ ବଢ଼ିବା ସହ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ”, ବିଶ୍ଵ ଯୁବ ଦକ୍ଷତା ଦିବସ ପାଳନ ଅବସରରେ କହିଛନ୍ତି ଏନଏଚଆରଡି ନେର୍ଟଓ୍ଵର୍କ ଓଡ଼ିଶା ଚାପ୍ଟର ସଭାପତି ଡକ୍ଟର ସାନ୍ତନୁ ରଥ।
ମିଳିତ ଜାତିସଂଘ ପକ୍ଷରୁ ପ୍ରତି ବର୍ଷ ଜୁଲାଇ ୧୫ ତାରିଖକୁ ବିଶ୍ୱ ଯୁବ ଦକ୍ଷତା ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଏନଏଚଆରଡି (ନ୍ୟାସନାଲ ହ୍ୟୁମାନ ରିସୋର୍ସ ଡେଭେଲପମେଣ୍ଟ) ନେର୍ଟଓ୍ଵର୍କ ଓଡ଼ିଶା ଚାପ୍ଟର ପକ୍ଷରୁ ଭୁବନେଶ୍ଵରଠାରେ ଅନୁଷ୍ଠିତ ହୋଇଛି ସ୍ଵତନ୍ତ୍ର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୧୫ରୁ ୩୫ ବର୍ଷ ବୟସର ଯୁବବର୍ଗଙ୍କ ଶିକ୍ଷା ସହ ଦକ୍ଷତା ବିକାଶ ତାଲିମକୁ ଗୁରୁତ୍ଵ ଦିଆଯାଇଛି। ସେମାନଙ୍କୁ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର ଯୋଗ୍ୟ କରାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଡକ୍ଟର ସାନ୍ତନୁ ରଥ କହିଛନ୍ତି।
ଏହି ଅବସରରେ ‘ସ୍କିଲ୍ସ ଫର ଟୁମୋରୋ’ ଏବଂ ‘ଏଆଇ ଆନେବେଲ୍ଡ ଓ୍ଵାର୍କଫୋର୍ସ’ ଦୁଇଟି ପ୍ରସଙ୍ଗ ଉପରେ ପ୍ୟାନେଲ ଆଲୋଚନା ହୋଇଥିଲା। ‘ସ୍କିଲ୍ସ ଫର ଟୁମୋରୋ’ ପ୍ୟାନେଲ ଆଲୋଚନାରେ ସାମିଲ ହୋଇଥିଲେ ଓଡ଼ିଶା ସ୍କିଲ ଡେଭେଲପମେଣ୍ଟ ଅଥରିଟି ସିଟିଓ ଶଶାଙ୍କ ଚୌଧୁରୀ, ଇଣ୍ଡଲଜ ସିଇଓ ସୁକ୍ରିତି ପଟ୍ଟନାୟକ, ଟାଟା ଷ୍ଟ୍ରାଇଭ ମୁଖ୍ୟ ସଂଯୋଗିତା ମିଶ୍ର ଏବଂ ପରିଚୟ ଫାଉଣ୍ଡେସନ ପ୍ରତିଷ୍ଠାତା ରୋଜାଲିନି ପାଟ୍ଟଶାଣୀ ମିଶ୍ର।
“ଜୀବନରେ ଶିଖିବାର ଅଭ୍ୟାସ ଜାରି ରହିବା ଦରକାର, ନୂଆ ସ୍କିଲ ଦେଖିକୁ ନଡ଼ରି ନୂଆ ନୂଆ ଜିନିଷ ଶିଖିବାର ଇଚ୍ଛା ରହିବା ଆବଶ୍ୟକ। ନୂଆ ଜିନିଷକୁ ନେଇ ପ୍ରଶ୍ନ କରିବାର ଦକ୍ଷତା ରହିବା ମଧ୍ୟ ଜରୁରୀ। ଲୋକଙ୍କ ମନୋଭାବ ବୁଝି ଆଗକୁ ବଢ଼ିବାର ଦକ୍ଷତା ରହିବା ଦରକାର”, କହିଛନ୍ତି ଟାଟା ଷ୍ଟ୍ରାଇଭ ମୁଖ୍ୟ ସଂଯୋଗିତା ମିଶ୍ର।
ଜୀବନରେ କେବେ କୌଣସି ଚାପରେ ରହି କ୍ୟାରିୟର ବାଛିବା କଥା ନୁହେଁ। ନିଜର ଇଚ୍ଛାକୁ ପ୍ରାଧାନ୍ୟ ଦେଇ ସେହି ଦିଗରେ ଅଗ୍ରସର ହେବା ଆବଶ୍ୟକ। ତେବେ ଯାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବା ବୋଲି କହିଛନ୍ତି ପରିଚୟ ଫାଉଣ୍ଡେସନ ପ୍ରତିଷ୍ଠାତା ରୋଜାଲିନି ପାଟ୍ଟଶାଣୀ ମିଶ୍ର। 
ଭବିଷ୍ୟତରେ ଏଆଇର ବ୍ୟବହାର, ଏହାର ଉପକାରିତା ଓ ଅପକାରିତା ଉପରେ ଆଲୋଚନା ହୋଇଥିଲା। ଏହା ଉପରେ କେୟାର ଫର ୟୁର ପ୍ରତିଷ୍ଠାତା ବ୍ରହ୍ମା ଆଚାର୍ଯ୍ୟ, ସିଏସଏମର ଚିଫ୍ ଡିଜିଟାଲ ଅଫିସର ନିଲାବ୍ଧି ସାମନ୍ତରାୟ ଏବଂ ଇନଫୋସିସ ଡେଲିଭରି ମ୍ୟାନେଜର ମନୀଷ ପାଣ୍ଡେ।
Tags: #SkillDevelopment #Careers #Education #WorldYouthSkillDay #WYSD

















