ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ବଢ଼ିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଏପଟେ ରାଜ୍ୟରେ ସକ୍ରିୟ ରହିଥିବା ମୌସୁମୀ ପ୍ରଭାବରେ ଗତ ୩ ଦିନ ମଧ୍ୟରେ ୧୨ ପ୍ରତିଶତ ନିଅଣ୍ଟିଆ ଭରଣ ସହ ମୌସୁମୀର ସ୍ଥିତି ସ୍ଵାଭାବିକ ହୋଇଛି। ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଜୁନ ୧ ତାରିଖରୁ ଜୁଲାଇ ୧୮ ତାରିଖ ମଧ୍ୟରେ ୩୩୦.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୩୯୪.୧ ମିଲିମିଟର ତୁଳନାରେ ୧୬ ପ୍ରତିଶତ କମ୍ ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୌସୁମୀ ପ୍ରବାହ ସକ୍ରିୟ ରହିବା ସହ ହାରାହାରି ୨୨.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୧୧.୩ ମିଲିମିଟର ତୁଳନାରେ ୯୮ ପ୍ରତିଶତ ଅଧିକ ରହିଛି। ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ୭୬.୪ ମିଲିମିଟର ବର୍ଷା ହେବା ସହ ୭୦୫ ପ୍ରତିଶତ ଅଧିକ ରହିଛି।
Tags: #WeatherUpdates #RainfallWarning #Odisha

















