ଓଡ଼ିଶାଲାଇଭ୍ ବ୍ୟୁରୋ

Titli turns into a severe cyclonic storm

ଓଡ଼ିଶାରେ ଏବେ ମୌସୁମୀ ଧୀରେ ଧୀରେ ଦୁର୍ବଳ ହୋଇଆସୁଛି। ଏଥିପାଇଁ ଏବେ ରାଜ୍ୟରେ ବର୍ଷା ମଧ୍ୟ କମିଛି। ଆସନ୍ତା ୩ ଦିନ ଯାଏଁ ଓଡ଼ିଶାରେ ବିଶେଷ ବର୍ଷା ସମ୍ଭାବନା ନାହିଁ। ଏହି ସମୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ଅଗଷ୍ଟ ୧୨ ତାରିଖ ପରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୧୫ ତାରିଖ ପରେ ଏହା ଲଘୁଚାପର ରୂପ ନେବ। ଏହା ପ୍ରଭାବରେ ଉତ୍ତର ଓଡ଼ିଶା ସମେତ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ହେବ।

ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ହାରାହାରି ପ୍ରାୟ ୩୦ ମିଲିମିଟର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ବିହାର ଓ ଝାଡଖଣ୍ଡ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଏବେ ମୌସୁମୀର ନିମ୍ନ ଚାପ ରେଖା ନିଜର ସାଧାରଣ ଅବସ୍ଥାନରୁ ଉତ୍ତରରେ ରହିଛି। ଏଥିପାଇଁ ଏବେ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ କେବଳ ୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ତେବେ ଆଗକୁ ଓଡ଼ିଶାରେ ବିଶେଷ ବର୍ଷା ହେବାର ସମ୍ଭାବନା ନଥିବାରୁ ଚାଷ ଜମିରେ ପାଣି ରଖିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ବର୍ଷାକୁ ଦେଖି ସାର ପ୍ରୟୋଗ କରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Tags: #SouthWestMonsoon #RainFall #LowPressure #MCBBSR #Odisha

LEAVE A REPLY

Please enter your comment!
Please enter your name here