ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ବିଭିନ୍ନ ବ୍ୟାଙ୍କରେ ଅନେକ ସ୍ପେସାଲିଷ୍ଟ ଅଫିସର (ଏସଓ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ୧ ହଜାର ୪୦୨ଟି ପଦବୀ ପୂରଣ ପାଇଁ ଇନ୍ସଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କିଂ ପର୍ସନାଲ୍ ସିଲେକ୍ସନ (ଆଇବିପିଏସ) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଏହି ପଦବୀଗୁଡ଼ିକ ପାଇଁ ହେବାକୁ ଥିବା ‘ଆଇବିପିଏସ ଏସଓ’ ପରୀକ୍ଷା ପାଇଁ ଏବେ ଅନଲାଇନରେ ଆବେଦନ ଜାରି ରହିଛି। ଅଗଷ୍ଟ ମାସ ୨୧ ତାରିଖ ଯାଏଁ ଏହି ଆବେଦନ ଚାଲିବ।

ଯଦି ଆପଣମାନେ ଏ ପର୍ଯ୍ୟନ୍ତ ‘ଆଇବିପିଏସ’ର ଏହି ‘ଏସଓ’ ପରୀକ୍ଷା ଦେବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ସ୍ପେସାଲିଷ୍ଟ ଅଫିସର (ଏସଓ) ମୋଟ ପଦବୀ – ୩,୦୪୯
  • ଏଗ୍ରିକଲ୍ଚର ଫିଲ୍ଡ ଅଫିସର – ୫୦୦
  • ମାର୍କେଟିଂ ଅଫିସର – ୭୦୦
  • ଆଇଟି ଅଫିସର – ୧୨୦
  • ରାଜଭାଷା ଅଫିସର – ୪୧
  • ଏଚଆର/ ପର୍ସନାଲ ଅଫିସର – ୩୧
  • ଆଇନ ଅଫିସର – ୧୦

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ
  • ପ୍ରାର୍ଥୀମାନେ ଅତିକମରେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
  • କେତେକ ପଦବୀ ପାଇଁ ଆବଶ୍ୟକୀୟ ଅତିରିକ୍ତ ଶିକ୍ଷାଗତ ଯୋଗ୍ୟତାକୁ ପ୍ରାର୍ଥୀମାନେ ପୂରଣ କରୁଥିବା ଆବଶ୍ୟକ   
  • ପ୍ରାର୍ଥୀଙ୍କର କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ଏହି ପଦବୀ ପାଇଁ ପ୍ରଥମେ ଆଇବିପିଏସ ପକ୍ଷରୁ ପ୍ରିଲିମିନାରି ପରୀକ୍ଷା କରାଯିବ
  • ଏଥିରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ନେଇ ମେନ ପରୀକ୍ଷା କରାଯିବ
  • ମେନ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀଙ୍କ ଇଣ୍ଟରଭ୍ୟୁ କରାଯିବ
  • ଶେଷରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ‘ବ୍ୟାଙ୍କିଂ ଏସଓ’ ଭାବେ ନିଯୁକ୍ତି ମିଳିବ

କେମିତି କରିବେ ଆବେଦନ

  • ଆଇବିପିଏସର ୱେବସାଇଟ www.ibps.inକୁ ଯାଆନ୍ତୁ
  • ୱେବସାଇଟ ଭିତରେ ‘ବ୍ୟାଙ୍କିଂ ଏସଓ’ ନିଯୁକ୍ତି ଲିଙ୍କକୁ କ୍ଲିକ୍ କରନ୍ତୁ
  • ଏହାପରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ୍ କରନ୍ତୁ
  • ସେଠାରେ ନିଜ ନାମ ପଞ୍ଜୀକରଣ କରନ୍ତୁ
  • ପଞ୍ଜୀକରଣ ପରେ ‘ଲଗ ଇନ’ କରି ବିଭିନ୍ନ ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ପରୀକ୍ଷା ପାଇଁ ନିଜ ପାଖ ଅଞ୍ଚଳରେ ଥିବା ସେଣ୍ଟରକୁ ବାଛନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଆଇବିପିଏସର ଏହି ବ୍ୟାଙ୍କିଂ ‘ଏସଓ’ ପରୀକ୍ଷା ପାଇଁ ସାଧରଣ ଓ ଅବିସି ବର୍ଗର ପ୍ରାର୍ଥୀମାନଙ୍କୁ ୮୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ। ଅନ୍ୟପଟେ ଅନୁସୂଚିତ ଜାତି, ଜନଜାତି ବର୍ଗ ଓ ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କ ପାଇଁ ୧୭୫ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି।

ଏହି ବ୍ୟାଙ୍କିଂ ‘ଏସଓ’ ନିଯୁକ୍ତି ପାଇଁ ପ୍ରିଲିମିନାରି ପରୀକ୍ଷା  ୨୦୨୩ ଡିସେମ୍ବର ମାସରେ କରାଯିବ। ଏହା ବାବଦରେ ‘ଆଇବିପିଏସ’ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀଗୁଡ଼ିକର ଅଧିକ ସୂଚନା ‘ଆଇବିପିଏସ’ର ୱେବସାଇଟରେ ଉପଲବ୍ଧ।

Tags: #IBPSBanking #BankSOExam #BankOfficer #Employment #Examination #India

Comment