ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଅକ୍ଟୋବର ୪ ତାରିଖ ଯାଏଁ ୧୩ ଧରି ଏହି ମୌସୁମୀ ଅଧିବେଶନ ଚାଲିବ। ଅକ୍ଟୋବର ୩ ତାରିଖରେ ବିଧାନସଭାରେ ରାଜ୍ୟର ଅତିରିକ୍ତ ବଜେଟ ଉପସ୍ଥାପିତ ହେବ।

ସେହିପରି ମୌସୁମୀ ଅଧିବେଶନ ପୂର୍ବରୁ ଓଡ଼ିଶା ବିଧାନସଭାରେ ବାଚସ୍ପତି ନିଯୁକ୍ତ ହେବେ। ସେପ୍ଟେମ୍ବର ୨୧ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ଏହି ନିର୍ବାଚନ ପାଇଁ ସେପ୍ଟେମ୍ବର ୧୮ ତାରିଖରେ ନାମାଙ୍କନ ଦାଖଲ କରାଯିବ।

ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରଠାରୁ ରାଜ୍ୟ ବିଧାନସଭାରେ ବାଚସ୍ପତି ପଦ ଖାଲି ପଡ଼ିଛି। ବିକ୍ରମ କେଶରୀ ଆରୁଖ ରାଜ୍ୟ ଅର୍ଥମନ୍ତ୍ରୀ ନିଯୁକ୍ତ ହେବାରୁ ଗତ ମେ’ ମାସରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ।

Tags: #OdishaAssembly #MonssonSession #SpeakerElection #Odisha

LEAVE A REPLY

Please enter your comment!
Please enter your name here