ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାରେ ଧୁମଧାମରେ ପାଳନ ହେଉଛି ଆଦ୍ୟଦେବ ଶ୍ରୀ ଗଣେଶଙ୍କ ପୂଜା। ଭିନ୍ନ ଭିନ୍ନ ତୋରଣରେ ପୂଜା ପାଉଛନ୍ତି ଗଜାନନ। ଜିଲ୍ଲାର ତାରୁସିଂ ଗ୍ରାମରେ ଦେଖିବାକୁ ମିଳିଛି ଚିପ୍‌ସ ପ୍ୟାକେଟରେ ତିଆରି ହୋଇଥିବା ତୋରଣ, ଯେଉଁଥିରେ ଶୋଭାପାଉଛନ୍ତି ଶ୍ରୀ ଗଣେଶ।

ପ୍ରାୟ ୧୦ ହଜାର ଚିପ୍‌ସ ପ୍ୟାକେଟରେ ଏହି ତୋରଣଟି ପ୍ରସ୍ତୁତ କରାଯାଇଛି। ଏହାକୁ ଦେଇଖିବାକୁ ଆଖପାଖ ଗାଁର ଲୋକଙ୍କ ଭିଡ଼ ଜମୁଛି।

ତାରୁସିଂ ଗ୍ରାମର ଗଣେଶ ପୂଜା କମିଟି ପକ୍ଷରୁ ଚଳିତ ବର୍ଷା ଏହିଭଳି ଏକ ନିଆରା ପ୍ରୟାସ କରାଯାଇଛି। ପ୍ରତିବର୍ଷ ଭିନ୍ନ ଭିନ୍ନ ଢଙ୍ଗରେ ଏହି କମିଟି ପକ୍ଷରୁ ତୋରଣ ତିଆରି ଗଜାନନଙ୍କ ପୂଜା କରାଯାଇଥାଏ। ଚଳିତ ବର୍ଷର ତୋରଣ ଦେଖିବାକୁ ପୂଜା ସ୍ଥଳରେ ପିଲାଠାରୁ ବୁଢ଼ାଙ୍କ ପର୍ଯ୍ୟନ୍ତ ଭିଡ଼ ଜମୁଛି। ଶ୍ରୀ ଗଣେଶଙ୍କ ପୂଜା ସାଙ୍ଗକୁ ଏହି ତୋରଣ ଆଗରେ ସେଲଫି ଉଠେଇ ସୋସିଆଲ ମିଡିଆରେ ପୋଷ୍ଟ କରି ମଜା ନେଉଛନ୍ତି ସମସ୍ତେ।

Tags: #ShreeGaneshPuja #Toran #Pendal #UniquePendal #Boudh

LEAVE A REPLY

Please enter your comment!
Please enter your name here