ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି, ବିଦ୍ୟାର ଦେବତା ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା।

ଆଦ୍ୟଦେବ ଶ୍ରୀ ଗଣେଶଙ୍କ ପୂଜା ପାଇଁ ଚଳଚଞ୍ଚଳ ଗାଁଠୁ ସହର। ହିନ୍ଦୁ ସଂସ୍କୃତିରେ ଏହି ଦିନକୁ ଗଣେଶଙ୍କ ଜନ୍ମଦିନ ଭାବେ ପାଳନ କରାଯାଇଥାଏ।

ପ୍ରଭୁ ଗଜାନନଙ୍କ ସ୍ଵାଗତ ପାଇଁ ଗାଁଠୁ ସହର ସବୁଠି ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ମେଢ଼ ସାଜସଜ୍ଜା ହୋଇଛି। ସକାଳୁ ସକାଳୁ ପୂଜାସ୍ଥଳରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ପୂଜାବିଧି ଅନୁଷ୍ଠିତ ହୋଇଛି। ଛାତ୍ରଛାତ୍ରୀ ଶ୍ରୀ ଗଜାନଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବା ପରେ ପ୍ରସାଦ ସେବନ କରିଛନ୍ତି।

ବିଭିନ୍ନ ସ୍ଥାନରେ ଜାକଜମକରେ ଶ୍ରୀ ଗଣେଶଙ୍କ ପୂଜା ପାଳନ କରାଯାଉଛି। କେଉଁଠି ସପ୍ତାହେ ତ କେଉଁଠି ମାସେ ଧରି ଚାଲିବ ଗଣପତିଙ୍କ ପୂଜା। ସୁଉଚ୍ଚ ତୋରଣ ସାଙ୍ଗକୁ ସୁନ୍ଦର ଆଲୋକ ସଜ୍ଜାରେ ଝଟକୁଛି ବିଭିନ୍ନ ସହର।

ବିଭିନ୍ନ ଗଣେଶ ପୀଠରେ ପ୍ରାତଃ କାଳରୁ ଗଜାନନଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ମଣ୍ଡପ ଗୁଡ଼ିକରେ କିଛି ସମୟ ବିଳମ୍ବରେ ପୂଜା ଅନୁଷ୍ଠିତ ହେବ।

Tags: #shreeganeshpuja #culture #tradition #Celebration

Comment