ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାର ବାଚସ୍ପତି ପଦବୀ ଲାଗି ପ୍ରାର୍ଥିପତ୍ର ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ। ଏହାପୂର୍ବରୁ ସେ ରାଜସ୍ଵ ଓ ବିପର୍ଜୟ ପରିଚାଳନା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିବାକୁ ଯିବା ଆଗରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।

ପ୍ରମିଳା ମଲ୍ଲିକ ବିଧାନସଭା ସଚିବଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହି ସମୟରେ ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ ମଲ୍ଲିକଙ୍କ ସମେତ ବିଜେଡିର ବହୁ ବରିଷ୍ଠ ନେତା ବିଧାନସଭାରେ ଉପସ୍ଥିତ ଥିଲେ।

ବିଜେଡି ବୁଧବାର ପ୍ରମିଳା ମଲ୍ଲିକଙ୍କୁ ନିଜର ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଯେହେତୁ ବାଚସ୍ପତି ପଦ ପାଇଁ ଅନ୍ୟ କୌଣସି ଦଳ ପ୍ରାର୍ଥୀ ଦେଉନାହାନ୍ତି, ତେଣୁ ସେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି। ସେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ।

ଶୁକ୍ରବାରଠାରୁ ହେବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନ ନୂଆ ବାଚସ୍ପତି ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ୨୦୨୩ ମେ’ ମାସରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେବାପରେ ଏହି ପଦ ଖାଲି ପଡ଼ିଥିଲା।

Tags: #PramilaMalik #SpeakerElection #OdishaAssembly #Nomination #Odisha

 

LEAVE A REPLY

Please enter your comment!
Please enter your name here