ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରର ବିଜେବି ମହାବିଦ୍ୟାଳୟକୁ ମିଳିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନୋଟିସ। କଲେଜର ୩ଟି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ପୂରା କରାଯାଇନଥିବାରୁ ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟୀକରଣ ମାଗିଛି। ଖୁବଶୀଘ୍ର ଏହାର ଉତ୍ତର ଦେବାକୁ କଲେଜ ଅଧ୍ୟକ୍ଷଙ୍କୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
୨୦୨୨ ଡିସେମ୍ବର ୩୧ ତାରିଖରୁ ବିଜେବି କଲେଜର ସ୍ୱୟଂଶାସିତ ମାନ୍ୟତା ଶେଷ ହୋଇଥିଲେ ମଧ୍ୟ ଏ ଯାଏଁ ଏହାର ନବୀକରଣ ଲାଗି କଲେଜ କର୍ତ୍ତୃପକ୍ଷ ପଦକ୍ଷେପ ନେଇନାହାନ୍ତି। ତେବେ କ’ଣ ପାଇଁ କଲେଜର ସ୍ୱୟଂଶାସିତ ମାନ୍ୟତା ନବୀକରଣ ହୋଇନାହିଁ ସେଥିପାଇଁ ଉଚ୍ଚଶିକ୍ଷା ବିଭାଗ ପ୍ରଶ୍ନ ଉଠାଇଛି।
ସେହିପରି ବିଜେବ କଲେଜ ପକ୍ଷରୁ ନାକ୍ ମାନ୍ୟତା ପାଇଁ କାମ କାହିଁକି ଆଗଉ ନଥିବା ବିଭାଗୀୟ ନୋଟିସରେ ପଚରାଯାଇଛି। ଏହାସହ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ କଲେଜ ଗଭର୍ଣ୍ଣିଂ ବଡ଼ି ପୁନର୍ଗଠନ ପାଇଁ ଉଚ୍ଚଶିକ୍ଷା ବିଭାଗ ବାରମ୍ବାର ଚିଠି କରୁଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା ନୋଟିସରେ ଅଭିଯୋଗ ହୋଇଛି।
ତେବେ କିଛିବର୍ଷ ହେବ ବିଜେବି କଲେଜରେ ରାଗିଙ୍ଗ୍ ହେଉଥିବାର ଘଟଣା ପାଇଁ ସାମ୍ନାକୁ ଆସୁଛି। ଏହାସହ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିଛି। ଏବେ ଏହାରି ମଧ୍ୟରେ କଲେଜକୁ ଉଚ୍ଚଶିକ୍ଷା ବିଭାଗର ନୋଟିସ ଆସିଛି।
Tags: #BJBCollege #HigherEducationDept #Education #Students #Odisha