ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ଏହା ପ୍ରଭାବରେ ଆସନ୍ତା ୨୧ ତାରିଖ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହୋଇ ଆସନ୍ତା ଅକ୍ଟୋବର ୨୩ ତାରିଖ ବେଳକୁ ଏକ ଅବପାତର ରୂପ ନେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଅକ୍ଟୋବର ୨୦ରୁ ୨୩ ତାରିଖ ଯାଏଁ ପାଗ ଶୁଖିଲା ରହିବ। କିନ୍ତୁ ଅକ୍ଟୋବର ୨୪ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅକ୍ଟୋବର ୨୫ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ନେଇ ପୂର୍ବାନୁମାନ କରାଯାଇଛି।
ଅକ୍ଟୋବର ୨୪ରେ ବିଜୟା ଦଶମୀ ପଡ଼ୁଥିବାରୁ ଚଳିତ ଥର ପୂଜା ମଣ୍ଡପ ବର୍ଷାରେ ଭିଜିବା ନେଇ ଆଶଙ୍କା କରାଯାଉଛି।
Tags: #Weather #Weatherupdates #odisha #rainfallwarning


















