ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋରାପୁଟ ଜିଲ୍ଲାରେ ବହୁ କିସମ ବିଶିଷ୍ଟ ଦେଶୀ ଧାନ ଫସଲ ପ୍ରଦର୍ଶନୀ କ୍ଷେତ୍ର ଦିବସ ପାଳନ ଏବଂ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁନ୍ଦୁରା ବ୍ଲକ ଅନ୍ତର୍ଗତ ଆସନା ଗ୍ରାମ ପଞ୍ଚାୟତର ଘିଉରିଆଗୁଡ଼ା ଗ୍ରାମ ନିକଟରେ ବାୟୋ ଟେକ୍ନୋଲୋଜି ବିଭାଗ ତଥା ଏମ ଏସ ସ୍ଵାମୀନାଥନ ଗବେଷଣା ପ୍ରତିଷ୍ଠାନ ସହାୟତାରେ ଚାଷ ହୋଇଥିବା ୧୦୧ କିସମ ଦେଶୀ ଧାନର ଉନ୍ନତ ବିହନ ତଥା ସଂରକ୍ଷଣକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଛି।

କୋରାପୁଟ ଜିଲ୍ଲା କୁନ୍ଦୁରା ଓ ବୈଇପାରିଗୁଡ଼ା ବ୍ଲକର ଲିମା, ଆସନା, ଗୁଣ୍ଡ।ଲ, ଚେରକା ଓ କେନ୍ଦୁଗୁଡ଼ା ଗ୍ରାମ ପଞ୍ଚାୟତର ୪୦ ଜଣ ଚାଷୀ ପ୍ରଦର୍ଶନୀ କ୍ଷେତ୍ର ପରିଦର୍ଶନ କରିବା ପାଇଁ ଆସିଥିଲେ। ପରିଦର୍ଶନରେ ଆସିଥିବା ଚାଷୀମାନେ ଆଗାମୀ ବର୍ଷ ଚାଷ କରିବା ପାଇଁ ଏହି ୧୦୧ କିସମ ଧାନ ମଧ୍ୟରୁ ମୁକ୍ତାବାଲି, ଆସୁଆଁ ସୁଡ଼ି, କୁଜି, ଉମରିଆ ଚୁଡ଼ି, ଡଙ୍ଗର ଚଇନା ଭଳି ପ୍ରାୟ ୧୦ଟି ବିହନକୁ ପସନ୍ଦ କରିଛନ୍ତି।
କ୍ଷେତ୍ର ପରିଦର୍ଶନକୁ ଏମ ଏସ ସ୍ଵାମୀନଥାନ ଗବେଷଣା ପ୍ରତିଷ୍ଠାନର ଅମର ନାୟକ, ଉନ୍ନୟନ ସହାୟକ ଅନ୍ତର୍ଯ୍ୟାମୀ ବିଶୋଇ ବନଶ୍ରୀ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ।
Tags: #Koraput #IndigenousRiceSeed #Conservation #Exhibition #Odisha