ଓଡ଼ିଶାଲାଇଭ୍ ବ୍ୟୁରୋ

Leopard

ନୂଆପଡ଼ା ଜିଲ୍ଲାରେ କଲରାପତରିଆ ବାଘକୁ ନେଇ ଆତଙ୍କ ପଢ଼ିବାରେ ଲାଗିଛି। ଗତ ତିନିଦିନ ତଳେ ଜଣେ ନାବାଳକଙ୍କୁ ମାରିବା ପରେ ଗୋଟିଏ ଗାଈକୁ ଶିକାର କରିଥିଲା। ଶନିବାର ଦିନ ପୁଣି ଜଣେ ମହିଳାଙ୍କୁ କଲରାପତରିଆ ବାଘ ମାରି ଖାଇଥିବା ଅଭିଯୋଗ ହୋଇଛି।

ଶୁକ୍ରବାର ଦିନ ନୂଆପଡ଼ା ସଦର ରେଞ୍ଜ ଧରମବନ୍ଧା ସେକ୍ସନର ସିଲିଆରିବାହାଲ ଗାଁ ଜଙ୍ଗଲକୁ ଗାଁର ରାମେଶ୍ଵରୀ ବାଇ ଯାଇ ଫେରିନଥିଲେ। ଶନିବାର ଦିନ ଜଙ୍ଗଲ ମଧ୍ୟରେ ରାମେଶ୍ଵରୀଙ୍କୁ ଗୋଟିଏ କଲରାପତରିଆ ବାଘ ଖାଉଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏ ନେଇ ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେଇଥିଲେ।

ବନ ବିଭାଗ କର୍ମଚାରୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବାଘଟି ପାଖରେ ଥିବାରୁ ରାମେଶ୍ଵରୀଙ୍କ ମୃତଦେହ ଉଦ୍ଧାର କରାଯାଇପାରି ନାହିଁ। ମହିଳାଙ୍କୁ ବାଘ ଖାଉଥିବାର ଆଖିରେ ଦେଖିବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି।

ଗତ ତିନିଦିନ ପୂର୍ବରୁ ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗୋଧସପଡ଼ାରେ ଜଣେ ନାବାଳକଙ୍କୁ ବାଘ ଝାମ୍ପି ନେଇଥିବା ଅଭିଯୋଗ ହୋଇଥିଲା। ପରେ ଗୋଟିଏ ଗାଈ ବାଘର ଶିକାର ହୋଇଥିବା ଲୋକେ କହିଛନ୍ତି।

Tags: #LeopardAttack #Nuapada #Death #Odisha

Comment