ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ଧୀରେ ଧୀରେ ଆରମ୍ଭ ହେଲାଣି ଶୀତ ଲହରୀ। ରାଜ୍ୟରେ ୨ରୁ ୩ ଦିନ ମଧ୍ୟରେ ପରାଦ ଆହୁରି ତଳମୁହାଁ ହେବ। ଏହି ସମୟରେ ପାଗ ଶୁଖିଲା ରହିବ। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଗକୁ ଓଡ଼ିଶାରେ ରାତି ତାପମାତ୍ରା ୩ ରୁ ୪ ଡ୍ରିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରବଳ ଶୀତ ଅନୁଭୂତ ହେବ।
ତେବେ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପଶ୍ଚିମା ଝଡ଼ ଓ ପୂର୍ବାଳୀ ତରଙ୍ଗ ପ୍ରଭାବରେ ହାଲୁକା ବର୍ଷା ହୋଇଥିଲା। ଦୁଇ ଦିନ ହେବ ଆକାଶ ମେଘୁଆ ରହିବା ସହ ଥଣ୍ଡାର ପରିମାଣ କମିଥିଲା।
ବର୍ତ୍ତମାନ ଭୋର ସମୟରେ କିଛି କିଛି ସ୍ଥାନରେ ହାଲୁକା କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳୁଛି। ତେବେ ଚଳିତବର୍ଷ ରାଜ୍ୟରେ ଶୀତ ଅନେକ ବିଳମ୍ବରେ ଆରମ୍ଭ ହେଉଛି। ଏହାସହ ଏଥର କମ୍ ସମୟ ପାଇଁ ଥଣ୍ଡା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Tags: #Winter #Temperature #Odisha #MCBBSR

















