ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ପୋଲିସ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଗାଡ଼ି ଯାଞ୍ଚ କରୁଥିବାବେଳେ ଗୋଟିଏ ଗାଡ଼ିରୁ ୨୯ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଏହା ସହ ସମ୍ପୃକ୍ତ ଗାଡ଼ିରୁ ନଗଦ ୧୨ ଲକ୍ଷ ୪ ହଜାର ୯ଶହ ଟଙ୍କା ମଧ୍ୟ ଜବତ କରିଛି ପୋଲିସ। ବେଆଇନ ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲାର ଆଶିଷ ବାଗ ଏବଂ ସମ୍ବଲପୁରର ମନୋଜ କିଣ୍ଡୋ।
ବେଆଇନ ଭାବେ ଗଞ୍ଜେଇ ଚାଲାଣ କରାଯାଉଥିବା ଖବର ପାଇ ଝାରପୋଖରିଆ ଥାନା ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଥିଲା। ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ପୋଲିସ ଯାଞ୍ଚ କରିବା ସମୟରେ ଏକ ପଶ୍ଚିମବଙ୍ଗର ନମ୍ବର ପ୍ଲେଟ ଥିବା ଗାଡ଼ିରେ ଦୁଇଟି ପ୍ୟାକେଟରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଏହା ସହ ଅନ୍ୟ ଏକ ପ୍ୟାକେଟରେ ଥିବା ୧୨ ଲକ୍ଷ ୪ ହଜାର ୯ ଶହ ଟଙ୍କା ମଧ୍ୟ ପୋଲିସ ଜବତ କରିଛି। ଗଞ୍ଜେଇ ଚାଲାଣ ହେଉଥିବା ଗାଡ଼ି ଏବଂ ଦୁଇଟ ମୋବାଇଲ ଜବତ କରିଛି ପୋଲିସ।
Tags: #Mayurbhanj #JharpokhariaPolice #GanjaSeized #odisha #twoarrest