ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ଘରେ ଘରେ ଡାଏବେଟିସ୍। ପିଲାଠାରୁ ବୁଢ଼ାଙ୍କ ପର୍ଯ୍ୟନ୍ତ ‘ଡାଏବେଟିସ୍’ କବଳରେ ପଡ଼ୁଛନ୍ତି। ଡାଏବେଟିସ୍ ଏମିତି ଏକ ରୋଗ ଯାହା ଅନେକ ଘତକ ରୋଗର ମୂଳ କାରଣ ବୋଲି ଡାକ୍ତର କୁହନ୍ତି।

ସଚେତନତା ଅଭାବରୁ ଅନେକ ଡାଏବେଟିସ୍ ରୋଗୀ ବିଭିନ୍ନ ଦୁରାରୋଗ୍ୟରେ ପୀଡ଼ିତ ହୋଇ ପ୍ରାଣ ହରାଉଛନ୍ତି। ଡାଏବେଟିସ୍ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ଓ୍ଵାର୍ଲ୍ଡ ଡାଏବେଟିସ୍ ଡେ’ ବା ‘ବିଶ୍ଵ ମଧୁମେହ ଦିବସ’ ଭାବେ ପାଳନ କରାଯାଉଛି।

୧୯୯୧ ମସିହାରେ ଅନ୍ତର୍ଜାତୀୟ ମଧୁମେହ ଫେଡେରେସନ ଏବଂ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ବିଶ୍ଵ ମଧୁମେହ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୦୬ ମସିହାରେ ଏହି ପ୍ରସ୍ତାବ ପାରିତ ହେବା ପରେ ନଭେମ୍ବର ୧୪ ତାରିଖକୁ ବିଶ୍ଵ ମଧୁମେହ ଦିବସ ପାଳନ କରିବା ଲାଗି ମିଳିତ ଜାତିସଂଘ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା।

ଡାଏବେଟିସ୍ ସମ୍ପର୍କରେ ସଚେତନତା ପାଇଁ ପ୍ରତିବର୍ଷ ଗୋଟିଏ ଥିମ୍‌କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷର ଥିମ୍ ରହିଛି ‘ଆକ୍ସେସ ଟୁ ଡାଏବେଟିସ୍ କେୟାର’।

ଇନସୁଲିନ କ୍ଷେତ୍ରରେ ସାର ଫ୍ରେଡେରିକ୍ ବଣ୍ଟିଙ୍ଗଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ତାଙ୍କ ଜନ୍ମଦିନ ନଭେମ୍ବର ୧୪ ତାରିଖକୁ ବିଶ୍ଵ ମଧୁମେହ ଦିବସ ଭାବେ ପାଳନ କରାଯାଉଛି। ସେ ୧୮୯୧ ମସିହା ନଭେମ୍ବର ୧୪ ତାରିଖରେ କାନାଡାର ଏଲିଷ୍ଟନଠାରେ ଜନ୍ମଗ୍ରହଣ କରିଥିଲେ। ୧୯୨୨ ମସିହାରେ ନିଜ ସକର୍ମୀ ଚାଲ୍ସ ବେଷ୍ଟଙ୍କ ସହ ମିଶି ସାର୍ ଫ୍ରେଡେରିକ୍ ଇନସୁଲିନର ଆବିଷ୍କାର କରିଥିଲେ। ୧୯୨୩ ମସିହାରେ ଇନସୁଲିନ ଆବିଷ୍କାର ପାଇଁ ସାର ଫ୍ରେଡେରିକ୍ ଗ୍ରାଣ୍ଟ ବାଣ୍ଟିଙ୍ଗ ନୋବେଲ ପୁରସ୍କାର ପ୍ରାପ୍ତ କରିଥିଲେ।

Tags: #WorldDiabetesDay2023 #HealthAwarenessCampaign #OdiaHealthTips #DoctorAdvice #AccesstoDiabetesCare

LEAVE A REPLY

Please enter your comment!
Please enter your name here