ଓଡ଼ିଶାଲାଇଭ୍ ବ୍ୟୁରୋ

ମାତ୍ର ୪ ଦିନରେ ସରିଗଲା ବିଧାନସଭା ଶୀତ ଅଧିବେଶନ। ନଭେମ୍ବର ୨୧ରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଥିଲା। କିନ୍ତୁ ୨୬ଟି କାର୍ଯ୍ୟ ଦିବସ ଥାଇ ମାତ୍ର ୪ ଦିନରେ ଶୁକ୍ରବାର ଦିନ ଅଚାନକ ଶୀତ ଅଧିବେଶନକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁତଲବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ।

ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଶୀତ ଅଧିବେଶନ ସରିଥିବାରୁ ଏହାକୁ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ବିରୋଧୀ ଦଳ। ବିରୋଧୀଙ୍କ ସହ ବିଚାରବିମର୍ଶ ନକରି ଶାସକ ଦଳ ଏକତରଫା ଗୃହକୁ ବନ୍ଦ କରିଦେଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ବିଧାୟକମାନେ।

ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ଉପବାଚସ୍ପତି ନିର୍ବାଚନ ଏବଂ ପରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇ ଗୃହକୁ ମତଲବୀ ଘୋଷଣା କରାଯାଇଥିଲା।

ଦ୍ଵିତୀୟ ଦିନରେ ଆଦିବାସୀଙ୍କ ଜମି ଅଣ ଆଦିବାସୀଙ୍କୁ ହସ୍ତାନ୍ତର କରାଯିବା ପ୍ରସଂଗକୁ ନେଇ ବିରୋଧୀ ବିଜେପି ଏବଂ କଂଗ୍ରେସ ପକ୍ଷରୁ ଗୃହରେ ହଟ୍ଟଗୋଳ ଜାରି ରହିଥିଲା। ପରିସ୍ଥିତିରେ ସୁଧାର ନଆସିବାରୁ ବାରମ୍ବାର ଗୃହକୁ ମତଲବୀ ଘୋଷଣା କରିଥିଲେ ବାଚସ୍ପତି। ତୃତୀୟ ଦିନ ପ୍ରଥମାର୍ଦ୍ଧରେ ଗୃହରେ ଅଚଳାବସ୍ଥା ଦେଖାଦେବା ସହ ଦ୍ଵିତୀୟାର୍ଦ୍ଧରେ ଗୃହ ସ୍ଵାଭାବିକ ହୋଇଥିଲା।

Tags: #Politics #OdishaPolitics #OdishaAssemblyWinterSession #AssemblyHouseAdjourned #Odisha

Comment