ଓଡ଼ିଶାଲାଇଭ୍ ବ୍ୟୁରୋ

ଇସ୍ତଫା ଦେଲେ ନିର୍ବାଚନରେ ବିଜୟ ହାସଲ କରିଥିବା ୧୦ ଜଣ ବିଜେପି ସାଂସଦ। ଦେଶର ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ଜିତିବା ପରେ ବିଜେପି ସାଂସଦମାନେ ନିଜ ଇସ୍ତଫାପତ୍ର ବୁଧବାର ଦିନ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ପଠାଇଛନ୍ତି।

ଇସ୍ତଫା ଦେଇଥିବା ନେତାମାନେ ଏବେ କେବେଳ ବିଧାୟକ ଭାବେ ଦାୟିତ୍ଵ ନିର୍ବାହ କରିବେ। ଏହି ନିଷ୍ପତ୍ତିକୁ ବିଜେପିର ବଡ଼ ରାଜନୈତିକ ରଣନୀତି ବୋଲି କୁହାଯାଉଛି।

ସାଂସଦ ପଦବୀରୁ ଇସ୍ତଫା ଦେଇଥିବା ନେତାମାନେ ହେଲେ ରାଜସ୍ଥାନର ରାଜ୍ୟବର୍ଦ୍ଧନ ରାଠୋର, ଦୀୟା କୁମାରୀ ଓ କିରୋଡି ଲାଲ ମୀଣା। ସେହିପରି ମଧ୍ୟପ୍ରଦେଶର ନରେନ୍ଦ୍ର ସିଂହ ତୋମାର, ପ୍ରହ୍ଲାଦ ସିଂହ ପଟେଲ, ରାକେଶ ସିଂହ, ରୀତା ପାଠକ ଓ ଉଦୟ ପ୍ରତାପ ସିଂହ ଏବଂ ଛତିଶଗଡ଼ର ଗୋମତି ସାୟ ଓ ଅରୁଣ ସାଭ।

ବର୍ତ୍ତମନ ବିଜେପିର ୧୦ ଜଣ ବରିଷ୍ଠ ନେତା ଇସ୍ତଫା ଦେବା ପରେ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ  କାହାକୁ ମୁଖ୍ୟମନ୍ତ୍ରୀ ଗାଦି ମିଳବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ତିନିଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ବିଜେପି ବିଜୟ ହାସଲ କରିଛି। ବିଜେପି ଚାରିଟି ରାଜ୍ୟରେ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ୨୧ ଜଣ ସାଂସଦଙ୍କୁ ଟିକେଟ ଦେଇଥିଲା। ଏମାନଙ୍କ ମଧ୍ୟରୁ ୧୨ ଜଣ ସାଂସଦ ନିର୍ବାଚନ ଜିତିଥିଲେ।

ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଶନିବାର ଏବଂ ରବିବାର ଦିନ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ।

Tags: #Politics #IndianPolitics #BJP #BJPMPs

LEAVE A REPLY

Please enter your comment!
Please enter your name here