ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲାରେ ଗୁରୁବାର ଦିନ ‘ଲକ୍ଷ୍ମୀ’ ବସ୍ ଯୋଜନାର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ଲକ୍ଷ୍ମୀ ଯୋଜନା ସାଧାରଣ ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ। ଏହି ଯୋଜନା ଗାଁ ଗାଁରେ ସମୃଦ୍ଧି ଆଣିବା ସହ ଲୋକଙ୍କୁ ବିକାଶ ସହ ଯୋଡ଼ିବ।”
କୋରାପୁଟ ଜିଲ୍ଲାର ୧୦ଟି ବ୍ଲକର ପ୍ରାୟ ୫୦ଟି ରୁଟରେ ଚଳାଚଳ କରିବ ୪୫ଟି ଲକ୍ଷ୍ମୀ ବସ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୬୬ଟି ଲକ୍ଷ୍ମୀ ବସ ଯାତ୍ରୀଙ୍କୁ ପରିବହନ ସୁବିଧା ଯୋଗାଇବ। ଲକ୍ଷ୍ମୀ ଯୋଜନା ଆରମ୍ଭ ହେବା ଦ୍ଵାରା ଗ୍ରାମାଞ୍ଚଳର କର୍ମଜୀବୀ ମହିଳା, ଛାତ୍ରଛାତ୍ରୀ ଏବଂ ଚାଷୀମାନେ ବିଶେଷ ଭାବେ ଉପକୃତ ହେବେ।
ପୂର୍ବରୁ ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ହୋଇଥିବାବେଳେ ଗୁରୁବାର ଦିନ କୋରାପୁଟରେ ଏହି ଯୋଜନା ଆରମ୍ଭ ହୋଇଛି। ବର୍ତ୍ତମାନ ୬ଟି ଜିଲ୍ଲାର ୧,୧୩୧ଟି ପଞ୍ଚାୟତର ଲୋକେ ଲକ୍ଷ୍ମୀ ବସ ଚଳାଚଳ କରିବ।
Tags: #LAccMiyojanabus #LAccMibus #cmnaveenpatnaik #koraput #transport #publictraensport