ଓଡ଼ିଶାଲାଇଭ୍ ବ୍ୟୁରୋ

ମଦ ବ୍ୟବସାୟୀଙ୍କ କଳା ସଂମ୍ରାଜ୍ୟକୁ ନେଇ ଚାଲିଛି ଖୋଳତାଡ଼। ବୌଦ୍ଧ ଡିଷ୍ଟିଲାରି ପ୍ରାଇଭେଟ ଲିମିଟେଡ ସହ ସମ୍ପୃକ୍ତି ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ରାୟନୃସିଂହପୁର ପଞ୍ଚାୟତ ମାଛିଆ ଗାଁରେ ଚାଲିଛି ଆୟକର ବିଭାଗର ଚଢ଼ଉ।

ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡ ପ୍ରାଇଭେଇଟ ଲିମିଟେଡ ଉପରେ ଶୁକ୍ରବାରଠାରୁ ଚଢ଼ଉ ଆରମ୍ଭ ହୋଇଛି। ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମୋନେଡ କମ୍ପାନି ୨୦୧୨ ମସିହା ମେ’ ମାସରୁ ଆଲକହଲ ଏବଂ ନନ ଆଲକହଲ ପାନୀୟ ପ୍ରସ୍ତୁତ କରିଆସୁଛି। ଏହି କମ୍ପାନିକୁ ବ୍ଲିଣ୍ଡିଂ, ବଟଲିଂ, ଡିଷ୍ଟ୍ରିବ୍ୟୁସନ ଏବଂ ସେଲିଂ ପାଇଁ ସରକାରଙ୍କଠାରୁ ଅନୁମତି ମିଳିଛି। ଦୀର୍ଘ ଦିନ ହେବ ଏହି କମ୍ପାନି ଉତ୍ପାଦ ତିଆରି ଉପରେ ଟିକସ ଫାଙ୍କୁ ଥିବା ଅଭିଯୋଗ ହୋଇଥିଲା।

ଗୁରୁବାର ସକାଳୁ ଆୟକର ବିଭାଗର ଦୁଇଟି ଟିମ୍ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିତିରିକଟାସ୍ଥିତ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡରେ ଚଢ଼ଉ କରିଥିଲା।

Tags: #Boudh #ITRaid #BourdhDistilleryPvtLtd #Odisha #ITDepartment

LEAVE A REPLY

Please enter your comment!
Please enter your name here