ଓଡ଼ିଶାଲାଇଭ୍ ବ୍ୟୁରୋ
ପାରଦ ତଳକୁ ଖସୁଥିବାରୁ ଓଡ଼ିଶାରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟର ସବୁଠାରୁ ଶୀତୁଆ ସହର ପାଲଟିଛି ଜି.ଉଦୟଗିରି। ସୋମବାର ରାତିରେ ଜି.ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ କରାଯାଇଛି।
ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ରେକର୍ଡ ଅନୁସାରେ କିରେଇରେ ରାତି ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଫୁଲବାଣୀରେ ୮.୫ ଡିଗ୍ରୀ ରହିଥିଲା। ସେହିପରି କୋରାପୁଟରେ ରାତି ତାପମାତ୍ରା ୮.୭ ଡିଗ୍ରୀ, କେନ୍ଦୁଝରରେ ୮.୮ ଡିଗ୍ରୀ, ସୁନ୍ଦରଗଡ଼ରେ ୯ ଡିଗ୍ରୀ, ଝାରସୁଗୁଡ଼ାରେ ୯.୨ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୯.୫ ଡିଗ୍ରୀ, ଅନୁଗୁଳରେ ୯.୬ ଡିଗ୍ରୀ, ରାଉରକେଲାରେ ୯.୬ ଡିଗ୍ରୀ ଏବଂ ରାଣୀତାଲରେ ରାତି ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି।
ଡିସେମ୍ବର ୧୯ ତାରିଖ ଫୁଲବାଣୀରେ ରାତିର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରହିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ସେହିପରି ୫ଟି ସହରର ରାତି ତାପମାତ୍ରା ୯ ଡିଗ୍ରୀ ରହିବାର ସମ୍ଭାବନା ରହିଛି। ପାରଦ କମୁଥିବାରୁ ରାଜ୍ୟରେ ଶୀତର ପ୍ରକୋପ ଆହୁରି ବିଢ଼ିବ ବୋଲି ଆକଳନ କରାଯାଇଛି।
Tags: #Weather #WeatherUpdates #Odisha #ColdWave